ଆସନ୍ତା ମାର୍ଚ୍ଚ ମାସରେ ହୋଇପାରେ ଯୁକ୍ତ ୨ ପରୀକ୍ଷା, ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ମାର୍ଚ୍ଚ ମାସରେ ହୋଇପାରେ ଯୁକ୍ତ ୨ ପରୀକ୍ଷା। ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ CHSE ପକ୍ଷରୁ ଯୁକ୍ତ ୨ କଲେଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।

ଆସନ୍ତା ଜାନୁୟାରୀ ୧୦ସୁଦ୍ଧା ୩ୟ ତ୍ରୈମାସିକ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପରୀକ୍ଷାର ଫଳାଫଳ ରେକର୍ଡ କରି ରଖିବାକୁ କୁହାଯାଇଛି। ୨୦୨୧ରେ କରୋନା ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ହୋଇପାରିନଥିଲା। ଏଥରକ ଯଦି ଜାନୁୟାରୀରେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ସୃଷ୍ଟି ନହୁଏ ତଥା ତୃତୀୟ ଲହର ଆସେ ତେବେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ୩ଟି ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ କରିବା ଲାଗି ପରିଷଦ ଯୋଜନା ପ୍ରସ୍ତୁତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.