ଆଜି ବାହାରିବ ଯୁକ୍ତ ଦୁଇ ନାମଲେଖା ପ୍ରଥମ ପର୍ଯ୍ଯାୟ କଟ୍ ଅଫ୍ ମାର୍କ

plus twoଭୁବନେଶ୍ବର: ରାଜ୍ୟରେ ଜୁନିଅର କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମବର୍ଷରେ ନାମଲେଖା ପାଇଁ ଆଜି ବାହାରିବ ପ୍ରଥମ ପର୍ଯ୍ଯାୟ କଟ୍ ଅଫ୍ ମାର୍କ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିନ ୧୧ଟାରେ କଟ୍ ଅଫ୍ ମାର୍କ ପ୍ରକାଶ କରାଯିବ। ପ୍ରଥମ ପର୍ଯ୍ଯାୟ କଟ୍ ଅଫ୍ ପ୍ରକାଶ ପରେ ଜୁଲାଇ ୨ ତାରିଖରୁ ୫ ତାରିଖ ଯାଏଁ ନାମଲେଖା ହେବ। ଜୁଲାଇ ୧୦ ତାରିଖରେ ବାହାରିବ ଦ୍ୱିତୀୟ ପର୍ଯ୍ଯାୟ କଟ୍ ଅଫ୍ ମାର୍କ । ଜୁଲାଇ ୧୧ ଓ ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ଯାୟ ନାମଲେଖା ହେବ। ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢା। ରାଜ୍ୟରେ ୨୦୦୧ଟି ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖାଇବା ପାଇଁ ମୋଟ୍ ୪ ଲକ୍ଷ ୯ ହଜାର ୯୭୪ ଜଣ ଅନଲାଇନରେ ଆବେଦନ କରିଛନ୍ତି। ସେଥିରୁ ୩ ଲକ୍ଷ ୮୨ ହଜାର ୨୯୦ ଜଣଙ୍କ ଆବେଦନ ଫର୍ମ ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.