ଆଜିଠୁ ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା ଆରମ୍ଭ !

plus twoଭୁବନେଶ୍ବର : କଳା,ବିଞ୍ଜାନ,ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଯୁକ୍ତ ୨ ବାର୍ଷିକ ପରୀକ୍ଷାରେ ଗୋଟିଏ ବିଷୟରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେବେ। ଆଜିଠୁ ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। ୯ ଓ ୧୦ ତାରିଖ ଦୁଇଦିନ ଧରି ଥିଓରି ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ୧୧ ଓ ୧୨ ତାରିଖରେ ହେବ। ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୩୦ଟି ଜିଲ୍ଲାରେ ୩୩ କେନ୍ଦ୍ର ହୋଇଛି। ଚଳିତବର୍ଷ ୫୭୪ ଜଣ ଛାତ୍ରଛାତ୍ରୀ ଇନଷ୍ଟାଣ୍ଟ ପରୀକ୍ଷା ଦେଉଛନ୍ତି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏ ରେ ଶେଷ ହେବ। ଛାତ୍ରଛାତ୍ରୀଙ୍କୁ ସକାଳ ୯ଟା ୪୫ ମିନିଟ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.