ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ,ପାସ ହାର ରହିଛି ୬୭.୫୬%

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି ।ଚଳିତ ବର୍ଷ ପାସ ହାର ରହିଛି ୬୭.୫୬%।   www.orissaresults.nic.inରେ ଉପଲବ୍ଧ ହୋଇଛି ରେଜଲ୍ଟ । ଛାତ୍ରଛାତ୍ରୀଙ୍କ ରେଜଲ୍ଟକୁ  ଇ-ସ୍ପେସ ଜରିଆରେ ଶିକ୍ଷାନୁଷ୍ଠାନକୁ ପଠାଯିବ । ଚଳିତ ବର୍ଷ ୨ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ +୨ କଳା ପରୀକ୍ଷା ଦେଇଛନ୍ତି । ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୯୬ ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୭.୫୩ ପ୍ରତିଶତ ଅର୍ଥାତ ୫୫ ହଜାର ୭୫୬ ଜଣ ପାସ୍‌ କରିଛନ୍ତି। ୧ ଲକ୍ଷ ୨୨ ହଜାର ୭୯୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୫.୪୮ ପ୍ରତିଶତ ଅର୍ଥାତ ୯୨ ହଜାର ୬୮୬ ଜଣ ପାସ କରିଛନ୍ତି।

ପ୍ରଥମ ଶ୍ରେଣୀରେ ୧୪.୯୫ ପ୍ରତିଶତ ଅର୍ଥାତ ୨୨ ହଜାର ୧୯୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭.୫୩ ପ୍ରତିଶତ ଅର୍ଥାତ ୨୬ ହଜାର ୨୭ ଜଣ ଓ ତୃତୀୟ ଶ୍ରେଣୀରେ ୬୭.୬୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୧୦୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୭୬.୬୩ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ ୪୪.୬୭ ପ୍ରତିଶତ ପିଲା ପାସ କରିଥିବା ସୂଚନା ରହିଛି।

 ୭ ହଜାର ୫ଶହ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି ।  ଏଥର କରୋନା ମହାମାରୀ ପାଇଁ ଫଳାଫଳ ପ୍ରକାଶରେ ବିଳମ୍ବ ହୋଇଛି । ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟର ପରୀକ୍ଷାଫଳ ବାହାରି ସାରିଛି ।

 

 

You might also like