ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

କେନ୍ୟୁଜ୍(ବ୍ୟୁରୋ): କିଛି ସମୟ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । CHSE କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବ। ଫଳାଫଳ ଘୋଷଣା ପରେ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ। www.orissaresults.nic.in ଓ chseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ।
ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ। ଚଳିତବର୍ଷ କଳାରେ ୨ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଗତ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଥିଲା । ପୂର୍ବ ବର୍ଷ ତୁଳନାରେ ଏବର୍ଷ ଭଲ ରେଜଲ୍ଟ ହୋଇଛି । କରୋନା ଯୋଗୁ ଦୁଇ ବର୍ଷ ପରେ ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା ।