ଭୁବନେଶ୍ବର (କେନ୍ୟୁଜ୍) : ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳାରେ ୭୦.୪୦ ପ୍ରତିଶତ କଟ ଅଫ୍ ମାର୍କ ସହ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାୟର ସେକେଣ୍ଡାରୀ ସ୍କୁଲ ରାଜ୍ୟରେ ଆଗରେ ରହିଛି। ରେଭେନ୍ସା ଜୁନିୟର କଲେଜ ୭୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଏବଂ ୬୮.୧୭ ପ୍ରତିଶତ ସହ କଟକ ନରସିଂହପୁର ଜୁନିୟର କଲେଜ ତୃତୀୟ ସ୍ଥାନରେ ରହିଛି । ବିଜ୍ଞାନରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି କଟକର ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ।
ରେଭେନ୍ସାରେ କଟ୍ ଅଫ୍ ମାର୍କ ରହିଛି ୮୯.୨୦ ପ୍ରତିଶତ। ଦ୍ୱିତୀୟରେ ରହିଛି ବକ୍ସି ଜଗବନ୍ଧୁ ବିଦ୍ୟାଧର ହାୟର ସେକେଣ୍ଡାରୀ ସ୍କୁଲ । ଏଠାରେ କଟ୍ ଅଫ୍ ମାର୍କ ରହିଛି ୮୭ ଦଶମିକ ୬୭ ପ୍ରତିଶତ । ବ୍ରହ୍ମପୁର ନୀଳକଣ୍ଠ ନଗରର ସରସ୍ୱତୀ ଶିଶୁ ମନ୍ଦିର ୮୭ ଦଶମିକ ୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ବାଣିଜ୍ୟରେ ତାଳଚେର ହାୟର ସେକେଣ୍ଡାରୀ ସ୍କୁଲ ୭୫ ଦଶମିକ ୮୩ ପ୍ରତିଶତ କଟଅଫ୍ ମାର୍କ ରଖି ରାଜ୍ୟରେ ଆଗୁଆ ରହିଛି ।
୭୫ ଦଶମିକ ୫୦ ପ୍ରତିଶତ ସହ ରେଭେନ୍ସା ଜୁନିୟର କଲେଜ ଦ୍ୱିତୀୟ ଓ ଏବଂ କଟକ ଶୈଳବାଳା ଜୁନିୟର ଓ୍ଵମେନ୍ସ କଲେଜ ୭୪ ଦଶମିକ ୪୦ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ଆସନ୍ତା ୧୫ ତାରିଖରୁ ୧୭ ତାରିଖ ମଧ୍ୟରେ ଯୁକ୍ତ ଦୁଇରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।