ବାରିପଦାରେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ଲୋକଙ୍କୁ ଦେଲେ ମୋଦି ଗ୍ୟାରେଣ୍ଟି

ରାଜ୍ୟରେ ବିଜେପି ସରକାର ଗଠନ କରିବ। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ। ବାରିପଦାରେ ନିର୍ବାଚନୀ ସଭାରେ ଦୋହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଓଡ଼ିଶା ଲୋକ ଚାହାନ୍ତି ମୋଦି ଗ୍ୟାରେଣ୍ଟି। ଆଜି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ନେତୃତ୍ବ ନେଇଛନ୍ତି। ସାରା ଦେଶର ନାରୀ ଶକ୍ତି ପାଇଁ ଏହା ଗୌରବର ବିଷୟ ।
ବିର୍ସାମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ମୋଦି ଗ୍ୟାରେଣ୍ଟି। ବିଜେପି ସରକାର ଆସିଲେ ଧାନ ଏମଏସପି ୩୧୦୦ ଟଙ୍କା ବଢାଯିବ । ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଲେ ମୋଦି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟର ସାର୍ବଜନୀନ ହେବ ବୋଲି ମୋଦି କହିଛନ୍ତି ।
ବାଲେଶ୍ବର ରେମୁଣାରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ସମ୍ୱୋଧନ। ଧାନ, ପାନ ଓ ମୀନର ମାଟି ବାଲେଶ୍ବର ମିସାଇଲ ସିଟି । ମୋଦି ଗ୍ୟାରେଣ୍ଟି ଉପରେ ଦେଶବାସୀଙ୍କ ଭରସା ବଢ଼ିଛି। ୧୦ ବର୍ଷରେ ଭାରତର ମିସାଇଲ ଶକ୍ତି ବହୁଗୁଣା ବଢ଼ିଛି। ଜମ୍ମୁକଶ୍ମୀରରେ ଆଜି ଶାନ୍ତି ଫେରିଛି। ଆଗାମୀ ୫ ବର୍ଷରେ ବିକାଶର ନୂଆ ଚିତ୍ର ଦେଖିବାକୁ ମିଳିବ ବୋଲି ମୋଦି କହିଛନ୍ତି। ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାର ହେଲେ ଦ୍ରୁତ ଗତିରେ ବିକାଶ ହେବ।