ଆଜି ବର୍ଷର ଶେଷ ମନ୍ କି ବାତ୍ : କଳାହାଣ୍ଡି ଗୋଲାମୁଣ୍ଡା ଚାଷୀଙ୍କୁ ପ୍ରଶଂସା କଲେ ମୋଦି
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ । ବର୍ଷର ଶେଷ ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ହେଉଛି ୧୧୭ ତମ ମନ୍ କି ବାତ୍ ଓ ଚଳିତ ବର୍ଷର ୯ ତମ ମନ୍ କି ବାତ୍ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ ରେ ସ୍ଥାନ ପାଇଲା କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କ କଥା । ମୋଦି କହିଛନ୍ତି ଯେ ଦିନେ ଗୋଲାମୁଣ୍ଡାରେ ଚାଷୀ ବାହାର ରାଜ୍ୟକୁ ପଳାୟନ ପାଇଁ ବାଧ୍ୟ ହେଉଥିଲେ । ଏବେ ସେହି ବ୍ଲକ ପରିବା ଚାଷର ହବ୍ ରେ ପରିଣତ ହୋଇଛି । ପ୍ରଥମେ ୧୦ ଜଣ ଚାଷୀଙ୍କୁ ନେଇ ଗଠିତ ଏକ ଗ୍ରୁପ୍ ଆରମ୍ଭ କରିଥିଲେ ପରିବା ଚାଷ ।
In the 117th Episode of Mann Ki Baat, Prime Minister Narendra Modi says “I want to tell you about an effort in Kalahandi, Odisha – The ‘Vegetable Revolution’ where once farmers were forced to migrate; today, Golamunda block of Kalahandi has become a vegetable hub. It started with… pic.twitter.com/98ToM3FUIJ
— ANI (@ANI) December 29, 2024
ପରେ କୃଷକ ଉତ୍ପାଦ ସଂଘ ଗଠନକରି ଏମାନେ ଆଧୁନିକ ଉପାୟରେ ଚାଷ କଲେ । ବର୍ତ୍ତମାନ ଏହି ଉତ୍ପାଦ ସଂଘ କୋଟିରୁ ଅଧିକ ଟଙ୍କାର କାରବାର କରୁଛି । ଏହି ସଂଘରେ ଏବେ ୨ଶହରୁ ଅଧିକ ଚାଷୀ ଯୋଡ଼ି ହୋଇ ରହିଛନ୍ତି । ଏଥିରେ ଅଛନ୍ତି ୪୫ ମହିଳା ଚାଷୀ । ୨୦୦ ଏକ ଜମିରେ ଟମାଟ ଓ ୧୫୦ ଏକର ଜମିରେ କଲରା ଉତ୍ପାଦନ ହେଉଛି । ଏହି ଉତ୍ପାଦ ସଂଘର ବାର୍ଷିକ ଟର୍ଣ୍ଣ ଓଭର ଦେଢ଼ କୋଟିରୁ ଅଧିକ ଟଙ୍କା । କଳହାଣ୍ଡି ପରିବା ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ବାହାର ରାଜ୍ୟକୁ ଯାଉଛି। ଏବେ କଳାହାଣ୍ଡି ଚାଷୀ ଆଳୁ ଏବଂ ପିଆଜ ଚାଷ ଶିଖୁଛନ୍ତି । ସାମୁହିକ ଉଦ୍ୟମ ଓ ଦୃଢ଼ ସଂକଳ୍ପ ଦ୍ୱାର ସବୁ କିଛି କରାଯାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।