୨୪ ଘଣ୍ଟାରେ ପ୍ରତିଶୃତି ପୂରଣ, ଓଡିଶାକୁ ୫୦୦ କୋଟି ଟଙ୍କା ପଠାଇଲେ ମୋଦି

କେନ୍ୟୁଜ୍ (ବ୍ୟୁରୋ): ଓଡିଶାର ଅମ୍ଫାନ୍ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗ୍ରୀମ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା ଘୋଷଣା କରିଥିଲେ।କିନ୍ତୁ  ଗତକାଲି ଠାରୁ ଆଜିକୁ ୨୪ ଘଣ୍ଟା ନପୁରୁଣୁ ୫୦୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି  ୫୦୦ କାଟି ଟଙ୍କାର ସହାୟତା ରାଶି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଦେଇଛି । ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଟୁଇଟ୍ କରି ଏହି ସୂଚନା ଦେବା ସହ ଏହି ତ୍ବରିତ ପଦକ୍ଷେପ ଲାଗି ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।

ଏସଆରସି ଟୁଇଟରେ ଲେଖିଛନ୍ତି, ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର ୨୪ଘଣ୍ଟାରୁ କମ୍ ସମୟ ମଧ୍ୟରେ ଗୃହ ମନ୍ତ୍ରାଳୟ ୫୦୦କୋଟି ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ। ଆମେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଦେଉଛୁ।

ଗତକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ  ଫେରି ସାରିବା  ପରେ ବିମାନ ବନ୍ଦର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ  କରିଥିଲେ ପ୍ରଧାନମନ୍ତ୍ରୀ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ୍ ପ୍ରଶଂସା କରିଥିଲେ ମୋଦି। ସେ କହିଥିଲେ ଏଭଳି ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପୂରା ଟିମ୍‌କୁ ବହୁତ ଧନ୍ୟବାଦ। ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିବା ପରେ ସମୀକ୍ଷା ବୈଠକରେ ଏପରି କହିଛନ୍ତି ମୋଦି। ବୈଠକରେ ମୋଦି କହିଛନ୍ତି, ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ। ଓଡ଼ିଶାରେ ହୋଇଥିବା କ୍ଷତି ବିଷୟରେ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ସମୀକ୍ଷା କରି କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.