ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରସ୍ତୁତି ଜୋରଦାର

ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ଜନତା ମୈଦାନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ମୋଦିଙ୍କ ଗସ୍ତ ପ୍ରସ୍ତୁତି ଜୋରଦାର । ପ୍ରଧାନମନ୍ତ୍ରୀଙ୍କ ବିଶ୍ରାମ ପାଇଁ ସ୍ବତନ୍ତ୍ର ଲାଉଞ୍ଜ ତିଆରି ହୋଇଛି । ସେହିଭଳି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ପାଇଁ ଭିଆଇପି ଲାଉଞ୍ଜ ପ୍ରସ୍ତୁତ କରାଯାଇଛି । ୭୦ ହଜାର ଲୋକ ସମାଗମ ହୋଇପାରିବା ଭଳି ହ୍ୟାଙ୍ଗର ଛିଡା କରାଯାଇଛି ।

ମୁଖ୍ଯମନ୍ତ୍ରୀ ମୋହନ ମାଝୀ ମୋଦିଙ୍କ ଗସ୍ତ ନେଇ ଜନତା ମୈଦାନରେ ପ୍ରସ୍ତୁତି ବୁଲି ଦେଖିଛନ୍ତି । ସମଗ୍ର ଅଞ୍ଚଳ ଏସପିଜି କଣ୍ଟ୍ରୋଲରେ ରହିବ । ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଏସପିଜି ଓ ବୋମା ସ୍କ୍ବାଡ୍ ଟିମ୍ । ବ୍ଲୁ ବୁକ୍ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ରହିଛି । ମୋଦିଙ୍କ ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୨ କମ୍ପାନୀ ସିଆରପିଏଫ ।

ସୁରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ନ୍ତସ୍ତ କରାଯାଇଛି। ଏହାସହ ମୁତୟନ ହେବେ ୧୧ ଜଣ ଡିସିପି ରାଙ୍କର ଅଧିକାରୀ, ୨୨ ଜଣ ଅତିରିକ୍ତ ଡିସିପି, ୬୬ ଜଣ ଏସିପି, ୧୦୦ ଜଣ ଇନସ୍ପେକ୍ଟର ଓ ପ୍ରାୟ ୩ଶହ ଅଧିକାରୀ। ବିମାନବନ୍ଦରଠୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ହେବ। ବ୍ୟାପକ ମହିଳା ପୋଲିସ ସହ ସାଧା ପୋଷାକରେ ରହିବେ ପୋଲିସ। ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ବ୍ୟାରିକେଡ଼ କରାଯାଇଛି । ୫୦ରୁ ଅଧିକ ମୋବାଇଲ ଟଏଲେଟ୍ ଓ ପାଣି ଟାଙ୍କି ରଖାଯାଇଛି। ଦୁଇଟି ସ୍ଥାନ ଗାଡ଼କଣ ଓ ଜନତା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like