ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଗତକାଲ ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିକାନ୍ତ ଦାସ । ଆଜି ଅପରାହ୍ନରେ ଝାରସୁଗଡ଼ାରେ ପହଞ୍ଚିବେ ଡ. ପିକେ ମିଶ୍ର । ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବଙ୍କ ଏକାସମୟରେ ଓଡ଼ିଶା ଗସ୍ତ । ଶକ୍ତକାନ୍ତ ଦାସ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଆଜି ଶକ୍ତିକାନ୍ତ ଦାସ ଘଟଗାଁ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବେ । ଆଜି ଅପରାହ୍ନରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ।
ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳ ୯ଟାରେ IIM କନଭୋକେସନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହାଛଡ଼ା ତାଙ୍କର କିଛି ସରକାରୀ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।
ଆହୁରି ପଢନ୍ତୁ: ୫୦ କୋଟି କୁକୁରର ମିଛ କାହାଣୀ, ଇଡି ତଦନ୍ତରୁ ସାମ୍ନାକୁ ଆସିଲା ସତ