ଆସନ୍ତା ୩ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସ୍ଥାୟୀ କ୍ୟାମ୍ପସର କରିବେ ଉଦଘାଟନ
ଆସନ୍ତା ୩ ତାରିଖରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ୨ଟି କାର୍ଯ୍ୟକ୍ରମ ରହିଛି l ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ସହ ସହରର ରେମେଡ଼ ପଡିଆରେ "ବିଶାଳ ଗ୍ୟାରେଣ୍ଟି ସମାବେଶ"ରେ ଯୋଗ ଦେଇ ଜନସାଧରଣଙ୍କୁ ଉଦବୋଧନ ଦେବେ ।

ସମ୍ବଲପୁର (କେନ୍ୟୁଜ୍): ଆସନ୍ତା ୩ ତାରିଖରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ୨ଟି କାର୍ଯ୍ୟକ୍ରମ ରହିଛି l ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ସହ ସହରର ରେମେଡ଼ ପଡିଆରେ “ବିଶାଳ ଗ୍ୟାରେଣ୍ଟି ସମାବେଶ”ରେ ଯୋଗ ଦେଇ ଜନସାଧରଣଙ୍କୁ ଉଦବୋଧନ ଦେବେ । ଏନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ସରି ଯାଇଥିବା କହିଛନ୍ତି ଆଇଆଇଏମ ନିର୍ଦେଶକ l କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିକ୍ଷାବିତ, ବୁଦ୍ଧିଜୀବୀ, ଡାକ୍ତର, ଇଞ୍ଜିନିୟରଙ୍କୁ ନିମନ୍ତ୍ରଣ କରାଯାଇଛି l