ପୁରୀରେ ପ୍ରଧାନମନ୍ତ୍ରୀ ମୋଦି, ମହାପ୍ରଭୁଙ୍କ ଦର୍ଶନ ପରେ କରିବେ ରୋଡ୍ ସୋ

ପୁରୀରେ ପ୍ରଧାନମନ୍ତ୍ରୀ ମୋଦି। କିଛି ସମୟ ତଳେ ପୁରୀରେ ପହଞ୍ଚିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପରେ ବଡ଼ଦାଣ୍ଡରେ ରୋଡ ସୋ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସେକ୍ଟର ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ହେଲିପ୍ୟାଡରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ହୋଇଛି।

ପୁରୀ (କେନ୍ୟୁଜ): ପୁରୀରେ ପ୍ରଧାନମନ୍ତ୍ରୀ ମୋଦି । କିଛି ସମୟ ତଳେ ପୁରୀରେ ପହଞ୍ଚିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପରେ ବଡ଼ଦାଣ୍ଡରେ ରୋଡ ସୋ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସେକ୍ଟର ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ହେଲିପ୍ୟାଡରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ହୋଇଛି । ଟ୍ରାଫିକ କ୍ଷେତ୍ରରେ ମଧ୍ୟ କଟକଣା ଜାରି ହୋଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ଅବତରଣ କରିଛନ୍ତି ମୋଦି । ସେଠାରୁ ଶ୍ରୀମନ୍ଦିର ଆସୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ରୋଡ୍ ସୋ କରିବେ । ରୋଡ୍ ସୋ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକା ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ଯାଏ କଟକଣା ଲଗାଯାଇଛି । ସକାଳ ୮ଟା ରୁ ୯ଟା ମଧ୍ୟରେ ରୋଡ଼ ସୋ କାର୍ଯକ୍ରମ ରହିଛି ।

ବଡ଼ଦାଣ୍ଡର ଦୁଇ ପାର୍ଶ୍ବରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ର ନିର୍ଦ୍ଦେଶ ଅନୁସାରେ ୩ ଏସପି, ୮ ଅତିରିକ୍ତ ଏସପି, ୨୨ ଡିଏସପି, ୪୨ ଇନ୍ସପେକ୍ଟର, ୧୦୯ ଏଏସଆଇ, ୨୦୨ କନଷ୍ଟେବଳ, ୨୫୦ ହୋମଗାର୍ଡଙ୍କ ସହ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ବରେ ଅଛନ୍ତି । ୨୦୧୩ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏବଂ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହା ପୂର୍ବରୁ ମଧ୍ୟ ବିଜେପିର କର୍ମକର୍ତ୍ତା ଭାବରେ ଅନେକ ଥର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ତାଙ୍କୁ ଭବ୍ୟ ସ୍ଵାଗତ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।