ନାବାଳିକା ଦୁଷ୍କର୍ମକାରୀକୁ କଡା ଦଣ୍ଡ, ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଲେ ପୋକସୋ କୋର୍ଟ

୨୦୧୪ ମସିହାରେ ମାହାଙ୍ଗା ଅଞ୍ଚଳରେ ୧୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ଘଟଣା ରେ ସେହି ଅଞ୍ଚଳର କୃଷ୍ଣଚନ୍ଦ୍ର ବିଶ୍ୱାଳ ପୋକସୋ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୪ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

କଟକ(କେନ୍ୟୁଜ୍): ଜନୈକା ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ। ୨୦୧୪ ମସିହାରେ ମାହାଙ୍ଗା ଅଞ୍ଚଳରେ ୧୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ଘଟଣା ରେ ସେହି ଅଞ୍ଚଳର କୃଷ୍ଣଚନ୍ଦ୍ର ବିଶ୍ୱାଳ ପୋକସୋ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୪ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ଦୋଷୀ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

ପୋକସୋ କୋର୍ଟ ଶୁଣାଣି କରି ୮ ଟି ତଥ୍ୟପ୍ରମାଣ ଓ ୧୦ ଜଣ ସାକ୍ଷୀଙ୍କ ଵୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ନାବାଳିକା ପିଡ଼ିତାକୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ୨୦୧୪ ମସିହାରେ କୃଷ୍ଣଚନ୍ଦ୍ର ନିଜ ଗ୍ରାମର ଜଣେ ୧୬ ବର୍ଷର ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଗର୍ଭବତୀ ହେବା ପରେ ଏ ସମ୍ପର୍କରେ ଘରେ ଜଣାଇଥିଲେ।

ପିଡ଼ିତାଙ୍କ ମାଙ୍କ ଅଭିଯୋଗ ଆଧାରରେ ମାହାଙ୍ଗା ଥାନା ପୋଲିସ ମାମଲା ରୁଜ୍ଜୁ କରିଥିଲା। ଦୋଷୀ ଗିରଫ ହୋଇ ଜେଲରେ ଥିବା ବେଳେ ହାଇକୋର୍ଟରୁ ଜାମିନରେ ମୁକୁଳି ଥିଲା। ଏହାପରେ ଫେରାର ହୋଇ ଯାଇଥିଲା କୃଷ୍ଣଚନ୍ଦ୍ର। କୃଷ୍ଣଚନ୍ଦ୍ର ପୁନଶ୍ଚ ଗିରଫ ହେବା ପରେ ପୋକସୋ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ମହାନ୍ତି।
ବାଇଟ: ରମେଶ ଚନ୍ଦ୍ର ମହାନ୍ତି, ସରକାରୀ ଓକିଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.