ସାପୁଆ ନଦୀରେ ବିଷ ! ମରି ଭାସୁଛନ୍ତି ମଲା ମାଛ ଓ ଜଳଚର ଜୀବ

ଆଠଗଡ଼ : ମରି ଭାସୁଛନ୍ତି ଅସଂଖ୍ୟ ମାଛ । ଆଠଗଡ଼ ସାପୁଆ ନଦୀରେ ଭାସୁଛନ୍ତି ମଲା ମାଛ ଓ ଜଳଚର ଜୀବ । ଗତକାଲି ରାତିରେ କେହି ଦୃର୍ବୁତ୍ତ ନଦୀରେ କୀଟନାଶକ ପକାଇ ଦେଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।  ଫଳରେ ଶହ ଶହ ସଂଖ୍ୟାରେ ଜଳଚର ଜୀବ ଓ ମାଛ ମଡ଼କ ହୋଇଥିବା ଅନୁମାନ କରାଯାଉଛି  । ମାଛ ଧରିବା ପାଇଁ ସାପୁଆ ନଦୀରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।