ରାଜ୍ୟ

ବଲାଙ୍ଗୀର: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ହେଲେ ପୋଲିସ ଏସଆଇ

ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଧରା ପଡିଲେ ପୋଲିସ ଏସଆଇ । ବଲାଙ୍ଗୀର ଜିଲ୍ଲା ମୁରୀବାହଲ ପୋଲିସ ଷ୍ଟେସନରେ କାର୍ଯ୍ୟରତ ପୋଲିସ ସବ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ସମୟରେ ସମ୍ବଲପୁର ଭିଙ୍କିଲାନ୍ସ ଡିଭିଜନ ହାତରେ ଧରା ପଡିଛନ୍ତି । ଏକ କେସର ତଦନ୍ତରେ ସହାୟତା କରିବା ନେଇ ପ୍ରତିଶୃତି ଦେଇ ଗୁଦୁଘାଟା ଗାଁର ସଂଜୀବ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଦଶ ହଜାର ଟଙ୍କା ଦାବି କରିଥିଲେ ପୋଲିସ ଏସଆଇ । ମିଳିଥିବା ସୂଚନା ଅନୁଯାୟୀ ବ୍ୟକ୍ତିଙ୍କ ସାନ ଭାଇ ମାନସ ରଞ୍ଜନ ପ୍ରଧାନଙ୍କ ନାଁରେ ପୂର୍ବରୁ ଏକ ମାମଲା ଦରଜ ହୋଇଥିଲା ।

ଏହି ମାମଲାରେ ସହାୟତା ନେଇ ହିଁ ପୋଲିସ ଏସଆଇ ସରୋଜ ରଞ୍ଜନ ରଥ, ସଂଜୀବ ପ୍ରଧାନଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଘଟଣାସ୍ଥଳରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଯେବେକି ଲାଞ୍ଚ ନେଉଥିବା ଅର୍ଥକୁ ଭିଜିଲାନ୍ସ ଟିମ ନେଇଯାଇଛନ୍ତି । ଏହାବାଦ ଶ୍ରୀ ରଥ କାର୍ଯ୍ୟକରୁଥିବା ପୋଲିସ ଥାନା ଓ ଭବାନୀପାଟଣା ସ୍ଥିତ ଶକ୍ତିନଗର ପଡାରେ ଥିବା ତାଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ତରଫରୁ ଚଢ଼ାଉ ଜାରି ରହିଛି ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

10 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

43 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

45 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

51 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago