ରଣକ୍ଷେତ୍ର ପାଲଟିଲା ସିଏମସି କାର୍ୟ୍ୟାଳୟ ସମ୍ମୁଖ : ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି

କଟକ (କେ ନ୍ଯୁଜ୍) : ରଣକ୍ଷେତ୍ର ପାଲଟିଲା ସିଏମସି କାର୍ୟ୍ୟାଳୟ ସମ୍ମୁଖ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏପରକି କିଛି କଂଗ୍ରେସ କର୍ମୀ ପୋଲିସ ଉପରକୁ ଚେୟାର ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। କଟକ ମହାନଗର ନିଗମରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଏହି ସମୟରେ ପୋଲିସ ବ୍ୟାରିକେଡ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ତେବେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ ।