ଦେବଦୂତ ପାଲଟିଲେ ପୋଲିସ ଓ ଓଡ୍ରାଫ ଟିମ୍, ଜଳମଗ୍ନ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ କଲେ ଉଦ୍ଧାର

ଭଦ୍ରକ: ଦେବଦୂତ ପାଲଟିଲେ ପୋଲିସ ଓ ଓଡ୍ରାଫ ଟିମ୍ । ବାତ୍ୟା ପରେ ଏବେ ଭଦ୍ରକରେ ବନ୍ୟା ଭୟ । ସାଳନ୍ଦୀ ଓ ନାଳିଆ ନଦୀର ଜଳସ୍ତର ବୃଦ୍ଧି ପାଇଁ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତିହିଡି ବ୍ଲକ ଗୋପ ବିନ୍ଧା ଗାଁରୁ ୨୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ ଓ ଓଡ୍ରାଫ ଟିମ୍ । ଉଦ୍ଧାର କାର୍ଯ୍ୟରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସପି ସାମିଲ ହୋଇଥିଲେ ।  ପୂର୍ବାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଉଦ୍ଧାର ପରେ ସମସ୍ତଙ୍କୁ ଐସାନ୍ୟ ଚଣ୍ଡୀ ହାଇସ୍କୁଲରେ ହୋଇଥିବା ସେଲଟର ହୋମରେ ରଖାଯାଇଛି । ଡିଆଇଜଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଉଛି ।

ସୂଚନା ଯୋଗ୍ୟ ୨୪ ତାରିଖ ଦିନ ବାତ୍ୟା’ ସମୟରେ ଘରୁ ଗୋଡ଼ କାଢ଼ିଥିଲେ ଜଣେ ଆଶାକର୍ମୀ ।  ପବନ, ବର୍ଷା ମାଡ଼କୁ ଖାତିର ନ କରି ସେ ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାକୁ ପଛାଇ ନଥିଲେ।  ଏହି ଆଶା କର୍ମୀଜଣକ ହେଲେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶିବାନୀଙ୍କୁ ସାବାସୀ ଜଣାଇ ପ୍ରଶଂସାରେ ପୋତି ପକାଇଥିଲେ ।  ଶିବାନୀ ଦେବଦୁତ ସାଜି ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି।

You might also like