ପୋଲିସ କର୍ମଚାରୀଙ୍କ ସହ କଣ୍ଟେନମେଣ୍ଟ ଜୋନ୍‌ରେ କାର୍ଯ୍ୟରତ କର୍ମୀ ଖାଇପାରିବେ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍

ଗାଇଡ୍‌ଲାଇନ୍‌ ଜାରି କଲା ଆଇସିଏମ୍‌ଆର

କିଏ ଖାଇପାରିବେ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍? ଏ ନେଇ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଜାରି କରିଛି ଆଇସିଏମ୍‌ଆର । ନୂଆ ନିର୍ଦ୍ଦେଶନାମା ଅନୁସାରେ ନନ୍‌କୋଭିଡ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ ଖାଇପାରିବେ । ଏଥିସହ କଣ୍ଟେନମେଣ୍ଟ ଜୋନ୍‌ରେ କାର୍ଯ୍ୟରତ କର୍ମୀ, ପୋଲିସ କର୍ମଚାରୀ, ପାରାମିଲିଟାରୀ କର୍ମଚାରୀ ଏବଂ କରୋନା ଆକ୍ରାନ୍ତଙ୍କ ପରିବାର ସଦସ୍ୟ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍ ଖାଇପାରିବେ । ସଙ୍କଟ ସମୟରେ ଚର୍ଚ୍ଚାରେ ରହିଛି ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‌ ।

କୋଭିଡ-୧୯ ପ୍ରତିଷେଧକ ଭାବେ କ୍ଲୋରୋକ୍ବିନ୍ ବ୍ୟବହାର ହେଉଛି । ତେଣୁ ଅପବ୍ୟବହାର ଆଶଙ୍କା ମଧ୍ୟ ବଢିଛି । ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‌ କେବଳ ପ୍ରେସ୍‌କ୍ରିପ୍‌ସନ ମେଡିସିନ୍‌ । ରୋଗ ଲକ୍ଷଣ ନଥିବା ସ୍ୱାସ୍ଥ୍ୟ କର୍ମୀ, ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କିମ୍ବା ପରୀକ୍ଷା ଦ୍ୱାରା ରୋଗ ଚିହ୍ନଟ ହୋଇଥିବା ରୋଗୀଙ୍କ ପାଇଁ ଡାକ୍ତର ଏହି ଔଷଧ ଲେଖିଥାନ୍ତି । ବେଆଇନ ଭାବେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‌ ବିକ୍ରୀ କଲେ ଡ୍ରଗ୍‌ସ ଆଣ୍ଡ କସ୍‌ମେଟିକ୍‌ ଆକ୍ଟ ୧୯୪୦ ଅନୁଯାୟୀ ଆଇନଗତ କାର୍ଯ୍ୟନୁଷ୍ଠାନ ହେବ ବୋଲି ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.