କଣ ପାଇଁ ପୁତୁରାର ପୂରା ବଂଶକୁ ନିପାତ କରିଦେଲା ଦାଦା? ହତ୍ୟା ପଛରେ କାରଣ ଖୋଜୁଛି ପୋଲିସ୍

ବରଗଡ଼ ଭଟଲି ଥାନା ଝିକିଝିକି ଗାଁରେ ୪ ଜଣଙ୍କୁ ହତ୍ୟା ପଛର କାରଣ ଖୋଜୁଛି ଭଟଲି ଥାନା ପୋଲିସ୍। ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଭିଯୁକ୍ତ କାକା ଶିବ ବାଗକୁ ପୋଲିସ ଗିରଫ କରିଛି ।

ବରଗଡ଼ (କେନ୍ୟୁଜ୍): କାହିଁକି ରକ୍ତର ହୋଲି ଖେଳିଲା ଦାଦା? କଣ ପାଇଁ ପୁତୁରାର ପୂରା ବଂଶକୁ ନିପାତ କରିଦେଲା? ଏହା ପଛରେ କେବଳ ସଂପତ୍ତି ବିବାଦ ନା ଆଉ କିଛି ? ଏକା ଶିବ ବାଗ ହତ୍ୟା କରିଛି ନା ଆଉ କେହି ସଂପୃକ୍ତ ଅଛନ୍ତି । ବରଗଡ଼ ଭଟଲି ଥାନା ଝିକିଝିକି ଗାଁରେ ୪ ଜଣଙ୍କୁ ହତ୍ୟା ପଛର କାରଣ ଖୋଜୁଛି ଭଟଲି ଥାନା ପୋଲିସ୍। ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଅଭିଯୁକ୍ତ କାକା ଶିବ ବାଗକୁ ପୋଲିସ ଗିରଫ କରିଛି । ଝିକଝିକି ଗାଁରେ ଜମିବାଡିକୁ କେନ୍ଦ୍ର କରି ଅଭିଯୁକ୍ତ ଶିବ ବାଗର ପୁତୁରା ଗୁରୁଦେବ ବାଗ ସହ ବହୁଦିନରୁ ଗଣ୍ଡଗୋଳ ଲାଗି ରହିଥିଲା । ନିକଟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ ମଧ୍ୟ ଗାଁ ବୈଠକରେ କିଛି ସମାଧାନ ହୋଇପାରିନଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁତୁରା ଗୁରୁଦେବ, ତାଙ୍କ ପତ୍ନୀ ଶିବାଗ୍ରୀ ବାଗ, ୧୫ ବର୍ଷର ପୁଅ ଚୁଡାମନି, ୧୦ ବର୍ଷର ଝିଅ ଶ୍ରାବଣୀ ବାଗକୁ ଶାବଳରେ ଆକ୍ରମଣ କରି ଗତ ୨୩ ତାରିଖରେ ହତ୍ୟା କରିଥିଲା ଶିବ ବାଗ ।

ଏହାପରେ ମୃତଦେହକୁ କୋଠରି ଭିତରେ ଭର୍ତ୍ତି କରି ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ । ଗତକାଲି ସକାଳେ ଶିବ ପୁତୁରାର ପୂରା ପରିବାରକୁ ହତ୍ୟା କରିଥିବା ବେଳେ ଏହି ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.