ଧରାପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍କ: ୫ଲକ୍ଷ ଟଙ୍କା, ଗାଡି ଓ ସୁନା ଜବତ

ସମ୍ବଲପୁର: ସମ୍ବଲପୁର ପୋଲିସ ହାତରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ । ଡକାୟତି ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କଲା ପୋଲିସ । ଲଗାତର ରାଇସ୍ ମିଲ୍ ଗୁଡ଼ିକରେ ଡକାୟତି କରୁଥିଲେ ଏହି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି । ସେହିପରି ୨ଟି ବୋଲେରୋ ଗାଡ଼ି, ୨ଟି ଟ୍ରାକ୍ଟର ଓ ୪ଟି ମୋଟର ସାଇକେଲ୍ ଜବତ କରାଯାଇଛି । ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି ।

ଗତ ୧୬ ତାରିଖ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ଠାରେ ହୋଇଥିବା ରାଇସ ମିଲ ଡକାୟତି ଘାଟଣାରେ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ପୋଲିସର ସ୍ୱତନ୍ତ୍ର ଟିମ ଏହି ଡକାୟତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲେ । ସମ୍ବଲପୁରର ବିଭିନ୍ନ ରାଇସମିଲରେ ହୋଇଥିବା ଡକାୟତି ଗୁଡ଼ିକର ସିସିଟିଭି ଯାଞ୍ଚ କରିଥିଲେ ପୋଲିସ ଟିମ୍ । ଏହି ଡକାୟତ ମାନେ ଆଉ ଏକ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ମୁଣ୍ଡଘଟ ନିକଟରେ ମାଡି ବସିଲା ।  ଏହି ଡକାୟତ ମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲା ରେ ୧୪ ଟି ଡକାୟତ କରିଥିଲେ । ତେବେ ସମସ୍ତ ଗିରଫ ଅଭିଯୁକ୍ତଙ୍କ ଘର ସମ୍ବଲପୁର ଜିଲ୍ଲାରେ । ଏମାନଙ୍କର ଗ୍ୟାଙ୍ଗରେ ଆଉ କେହି ଥିଲେ କି ? ଆଉ କେଉଁ ଯାଏ ଲମ୍ବିଛି ଡକାୟତିର ଚେର ତାର ଖୋଳତାଡ଼ ଚାଲିଥିବା ସମ୍ବଲପୁର ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like