ପୁରୀ : ପୋଲିସ ହାତରେ ଲାଗିଲାକି ଠୋସ୍ ସୁରାକ୍ ? ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ୩ ଜଣଙ୍କୁ ଉଠାଇ ନେଲା ପୋଲିସ । ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି। ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ପରେ ସେମାନଙ୍କୁ ଉଠାଇ ନେଇଛି ପୋଲିସ ।
ଗତ ୫ ଦିନ ଧରି ବଳଙ୍ଗାରେ ତନାଘନା ଚଳାଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ବଳଙ୍ଗା ପୀଡ଼ିତାଙ୍କ ନୟାହାଟ ଅଞ୍ଚଳ ସ୍ଥିତ ମାମୁଘରେ କ୍ରାଇମବ୍ରାଞ୍ଚର ତଦନ୍ତ । ତଥାପି ଅପରାଧୀଙ୍କ ଟେର ପାଉନି ପୋଲିସ । ସଂଦେହଥିବା ବ୍ୟକ୍ତିଙ୍କ ମୋବାଇଲ ଟ୍ରାକିଂ କରୁଛି ସାଇବର ପୋଲିସ ।
୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସରିଲାଣି । କିନ୍ତୁ ଠୋସ୍ ସୁରାକ କିଛି ମିଳି ପାରୁ ନାହିଁ । ସେପଟେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ଏବେ ବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ।
Also read: ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ହେଲା ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା