ପୋଲିସ କବଜାରେ ବଡ଼ ଗ୍ୟାଙ୍ଗ, ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ପୋଲିସ କବଜାରେ ବଡ଼ ଗ୍ୟାଙ୍ଗ । ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ଉଦ୍ଧାର ହାଇଛି । ଗିରଫ ଅଭିଯୁକ୍ତ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ମାରିଗୁଡା ଗାଁର ମରାଠି ଗିରି ବାବୁ, ଅରୁଣ କୁମାର ପ୍ରଧାନ ଓ ପରିଡା ଗାଁର ମୂରଲୀ ନାୟକ । ଚୋରି ହୋଇଥିବା ଦୁଇ ଲକ୍ଷ ଟଙ୍କା ଜବତ ହୋଇନଥିବା ବେଳେ ତାହାକୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ ।

ଜାନୁଆରୀ ୨୫ତାରିଖ ମାରିଗୁଡା ଗାଁର ଆର.ଲକ୍ଷ୍ମୀ କଲ୍ୟାଣୀ ତାଙ୍କ ପରିବାର ସହ ଶ୍ରୀକାକୁଲମ ସୂର୍ଯ୍ୟମନ୍ଦିର ଯାଇଥିଲେ । ଘରକୁ ଫେରି ଦେଖିଲା ବେଳକୁ ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ୩ଶହ ଗ୍ରାମ ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ସେରଙ୍ଗ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଚୋର ଧରାପଡ଼ିବା ସହ ସେମାନେ ଚୋରି ସୁନା ଅଳଙ୍କାରକୁ ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ପୋତି ରଖିଥିଲେ। ଯାହାକୁ ପୋଲିସ ଜବତ କରିଥିବା ଏସପି କହିଛନ୍ତି ।

Also Read : ଯାଜପୁରରେ କୃତ୍ରିମ ବନ୍ୟା, ରାସ୍ତାରେ ଚାଲିଛି ୪ଫୁଟ ର ପାଣି