ନିଜକୁ ମାଓବାଦୀ କହି ମାଗୁଥିଲେ ବଟି, ୩ ଜଣକୁ ଗିରଫ କଲା ପୋଲିସ

ଧର୍ମଗଡ଼(କେନ୍ୟଜ୍):  ଧରାପଡିଲେ ୩ ନକଲି ମାଓବାଦୀ। ମାଓବାଦୀଙ୍କ ନାଁରେ  ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜୟପାଟଣା ପୋଲିସ ୩ଜଣଙ୍କୁ ଗିରଫ କରିଛି। ନିଜକୁ ମାଓବାଦୀ କହି ପୂଝାରୀଗୁଡ଼ା ଗାଁର ତୁଳସୀ ରାମ ନାଏକ ନାମକ ଜଣେ ବ୍ୟବସାୟୀଙ୍କୁ ଧମକ ଦେଇ ୧୦ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ତୁଳସୀରାମ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତିନି ନକଲି ମାଓବାଦୀମାନେ ହେଲେ ବଡପୁଝାରୀଗୁଡାର ଦେବପ୍ରସାଦ ନାଏକ,ଗତାବନ୍ଦ ଗାଁର ଗଙ୍ଗାରମ ବେମାଲ, ଧନସରା ଗାଁର ଚନ୍ଦ୍ର ରାଉତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.