ନୟାଗଡ : ଦୁଇ ନାବାଳକ ହତ୍ୟା ଘଟଣା, ଗିରଫ ହେଲା ବାପା

ନୟାଗଡ : ବନ୍ଧା ହେଲା ପିଶାଚ ବାପା । ୨ ପୁଅଙ୍କ ହତ୍ୟାକାରୀ ବାପା ପ୍ରକଶ ମହାନ୍ତିକୁ ଗିରଫ କଲା ପୋଲିସ । ହତ୍ୟାରେ ସହଯୋଗ କରିଥିବା ଜେଜେମାଆକୁ ମଧ୍ୟ ଗିରଫ କରିଛି ନୟାଗଡ଼ ପୋଲିସ ।
ଗତ ୧୦ ତାରିଖରେ ନୟାଗଡ଼ ଫତେଗଡ଼ ଥାନା ଅନ୍ତର୍ଗତ ଧାନଚାଙ୍ଗଡ଼ା ଗାଁର ପ୍ରଶାନ୍ତ ପ୍ରଧାନ, ଜନ୍ମକଲା ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରିଥିଲା । ଦୁଇ ବର୍ଷ ତଳେ ପ୍ରଶାନ୍ତଙ୍କ ସ୍ତ୍ରୀ ଜୀବନ ହାରିଥିଲେ । ତାଙ୍କର ୨ ଜଣ ପୁଅ ଥିଲେ । ବଡ଼ ପୁଅକୁ ୧୪ ବର୍ଷ ହୋଇଥିବା ବେଳେ ସାନପୁଅକୁ ୧୧ ବର୍ଷ ହୋଇଥିଲା। କିଛି ଦିନ ହେଲା ପ୍ରକାଶଙ୍କ ଦ୍ଵିତୀୟ ବିବାହ କଥା ଉଠିଥିଲା । ଏନେଇ ଏକ ପ୍ରସ୍ତାବ ମଧ୍ୟ ଆସିଥିଲା । ଦ୍ବିତୀୟ ବିବାହକୁ ବଡ଼ ପୁଅ ବିରୋଧ କରିବାରୁ ରାସ୍ତାରୁ କଣ୍ଟା ହଟାଇବାକୁ ଦୁଇ ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ମୃତ ଦୁଇ ଭାଇଙ୍କ ମାମୁ । ହତ୍ୟାକରି ବେକରେ ଲୁଗା ଲଗାଇ ଆଜବେଷ୍ଟସରେ ଟାଙ୍ଗି ଦେଇଥିଲେ। ହତ୍ୟାକାଣ୍ଡ ମାମଲାରେ ଆଜି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ ଏସପି ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ : ସ୍ୱାମୀଙ୍କ ମୃତ୍ୟୁର ୧୦ମାସ ପରେ ବି ମିଳୁନି ପୋଷ୍ଟମର୍ଟମ ରିପୋର୍ଟ କି ଡେଥ୍ ସାର୍ଟିଫିକେଟ