ପାଣିକୋଇଲି ଗୁଳିକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ଯାଜପୁର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ଘଟଣା । ଅଳଙ୍କାର ଲୁଟ ଓ ଗୁଳିକାଣ୍ଡ ଘଟଣା ରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଅନ୍ୟତମ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଲୁଟ୍ ଉଦ୍ୟମ ସମୟରେ ଲୁଟେରାମାନେ ଖସି ପଳାଇ ଯାଉଥିବା ବେଳେ ଗୁଳି ମାଡ଼ କରିଥିଲେ । ଅଭିଯୁକ୍ତ ମନଜିତ କୁମାର ଆର୍ୟ ଓରଫ ଶେଖରକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ଯାଜପୁର ପୋଲିସ। ଗିରଫ ଅଭିଯୁକ୍ତ ଶେଖର ବିହାର ରାଜ୍ୟ ଛାପ୍ରା ଜିଲ୍ଲା ଡୋରିଗଞ୍ଜ ଥାନା ଭୈରୋପୁର ଅଞ୍ଚଳର ହୋଇଥିବା ବେଳେ ଶେଖର ନିକଟରୁ ଏକ ଦେଶୀ ପିସ୍ତଲ୍ ଓ ୪ଟି ଜୀବନ୍ତ ଗୁଳି ଓ ୨ଟି ମୋବାଇଲ ଫୋନ ଜବତ ହୋଇଛି । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଯାଜପୁର ରୋଡ ଏସଡିପିଓ ସଞ୍ଜୟ ପଟ୍ଟନାୟକ। ଗତ ୪ତାରିଖ ଦିନ ଦ୍ବିପହରରେ ପଣ୍ଡା ଅଳଙ୍କାରରେ ହୋଇଥିଲା ସଶସ୍ତ୍ର ଡକାୟତି।

ଡ଼କାୟତଙ୍କ ଗୁଳିରେ ଜଣେ କର୍ମଚାରୀ ସମେତ ଦୁଇଜଣ ନିହତ ହୋଇଥିଲେ। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତ ବିହାର ସୁହିର୍ଦ୍ ନଗର ଥାନା ଲୋହିଆନଗରର ଶୁଭମ ଓରଫ ରାଜା ସାହାଣୀ ଓ ବିହାର ଶରଣ ଜିଲ୍ଲା ଗୌର ଥାନା ଅନ୍ତର୍ଗତ ରାମପୁର ଗାଁର ରାଣା ଓରଫ ମଧୁକାନ୍ତ କୁମାରଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ସେପଟେ ମୃତକଙ୍କ ପରିବାର ଆଖିରୁ ଲୁହ ଶୁଖୁନଥିବା ବେଳେ ଅଧିକ ଅନୁକମ୍ପା ରାଶି ଏବଂ ସାହସିକତା ପୁରସ୍କାର ପ୍ରଦାନ ପାଇଁ ମୃତକ ପରିବାର ପକ୍ଷରୁ ଦାବି ହୋଇଛି ।

ଘଟଣା ଦିନ ପୋଲିସକୁ ବାରମ୍ବାର ଖବର ଦେବା ପରେ ମଧ୍ୟ କେହି ଘଟଣା ସ୍ଥଳରେ ପହଞ୍ଚି ନଥିଲେ। ଯାହା ଫଳରେ ଅଳଙ୍କାର ଦୋକାନର କର୍ମଚାରୀ କଳସଡିହ ଗାଁର ସୁନିଲ ରାୟ ଓ ଅନ୍ୟ ଜଣେ ବିଦ୍ୟୁତ୍ କର୍ମଚାରୀ ସୋତି ଗାଁର ନୀଳମାଧବ ପଣ୍ଡାଙ୍କ ଭଳି ଦୁଇ ଜଣ ନିରୀହ ଯୁବକଙ୍କ ମୃତ୍ୟୁ ଘଟିଲା ଓ ଅନ୍ୟ ଜଣେ ଗୁରୁତର ଯୁବକ ଦୀପକ ସାହୁ ଡାକ୍ତରଖାନାରୁ ଫେରି ଘରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ଦ୍ଵୀ ପ୍ରହରରେ ଡକାୟତି କରି ଅପରାଧୀ ମାନେ ଫେରାର ହୋଇ ଯାଉଥିବା ବେଳେ ଏହି ଘଟଣାରେ କିନ୍ତୁ ସ୍ଥାନୀୟ ଲୋକେ ଡକାୟତଙ୍କୁ କାବୁ କରିଛନ୍ତି ।

ଏହି ଘଟଣାରେ ମୃତକଙ୍କ ପରିବାର କୁ ୨୦ ଲକ୍ଷ ଆର୍ଥିକ ସହାୟତା ରାଶି ପ୍ରଦାନ ସହ ସରକାରୀ ଚାକିରୀ ଦେବାକୁ ଦାବି ହୋଇଛି। ତେଣୁ ଏଭଳି ପରିସ୍ଥିତି ରେ ଦୁଇ ମୃତକଙ୍କ ପରିବାର ର ଥଇଥାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ମାତ୍ର ୨୦ ହଜାର ଟଙ୍କା ସହାୟତା ରାଶି ମିଳିଥିବା ବେଳେ ମୃତକଙ୍କୁ ସାହସିକତା ପୁରସ୍କାର ଦେବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ରାଜ୍ୟ ସରକାରକୁ ପ୍ରସ୍ତାବ ଦିଆ ଯାଇଥିବା ସୁଚନା ଦେଇଛନ୍ତି ଯାଜପୁର ରୋଡ଼ ଏସଡିପିଓ।

You might also like