ତେଲେଙ୍ଗାନାରେ ଦାଦନ ମୃତ୍ୟୁ ମାମଲା: ଦୁଇ ସର୍ଦ୍ଦାରଙ୍କୁ ଗିରଫ କଲା ପୋଲିସ

ବେଲପଡା ବାଗଦୋର ପଞ୍ଚାୟତ ବନମାଳ ଗାଁର ଶୁକଦେବ ପରାଭୂଏ ତେଲଙ୍ଗାନାରେ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ପୂର୍ବରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଅଗ୍ରୀମ ନେଇଥିବାରୁ ତାକୁ ସୁଝିବା ପାଇଁ ୧୪ବର୍ଷର ନାବାଳିକା ଝିଅକୁ ବନ୍ଧକ ରଖିଥିଲେ ।

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ବେଲପଡା ଦାଦନ ମୃତ୍ୟୁ ମାମଲା ଓ ଟଙ୍କା ପାଇଁ ନାବାଳିକାକୁ ଅଟକ ଘଟଣାରେ ଦୁଇ ଦାଦନ ସର୍ଦ୍ଦାର ଗିରଫ। ବେଲପଡା ବାଗଦୋର ପଞ୍ଚାୟତ ବନମାଳ ଗାଁର ଶୁକଦେବ ପରାଭୂଏ ତେଲଙ୍ଗାନାରେ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ଇଟାଭାଟି ମାଲିକ ଏକ ଆମ୍ବୁଲାନ୍‌ସରେ ମୃତଦେହ ସହିତ ମୃତକଙ୍କ ସ୍ତ୍ରୀ ଓ ୧୧ବର୍ଷ ର ପୁଅକୁ ଗାଁକୁ ପଠାଇ ଦେଇଥିଲେ। ଶୁକଦେବ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଅଗ୍ରୀମ ନେଇଥିବାରୁ ତାକୁ ସୁଝିବା ପାଇଁ ୧୪ବର୍ଷର ନାବାଳିକା ଝିଅକୁ ବନ୍ଧକ ରଖିଥିଲେ ।

ଏନେଇ ଉତ୍ତେଜନା ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଲପଡା ତହସିଲଦାର ଘଟଣାସ୍ଥଳକୁ ଯାଇ ପୀଡିତ ପରିବାରକୁ ୧୫ହଜାର ଟଙ୍କା ଆର୍ଥିକ ସହାୟତା କରିଥିଲେ। ଏହା ସହ ମୃତକଙ୍କ ଦୁଇ ଛୁଆଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେପଟେ ଝିଅ ଘରକୁ ଫେରିବା ପରେ କିଛି ସ୍ୱେଛାସେବୀ ସଂଗଠନ ସହ ମୃତ ଶୁକଦେବଙ୍କ ପତ୍ନୀ ଉଷା ପରାଭୂଏ ବେଲପଡା ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ପ୍ରାଥମିକ ତଦନ୍ତ ପରେ ପୋଲିସ ବେଲପଡାର ଦୁଇ ସ୍ଥାନୀୟ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.