ଗାଁ ଦାଣ୍ଡରେ ଗୃହରକ୍ଷୀଙ୍କୁ ମାଡ଼, ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

ନୟାଗଡ: ଗାଁ ଦାଣ୍ଡରେ ଗୃହରକ୍ଷୀଙ୍କୁ ମାଡ଼ । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପୁଆଣୀଆ ଗାଁର ସୁଶାନ୍ତ କୁମାର ସାହୁ ଗୃହରକ୍ଷୀ ଭାବେ କାର୍ଯ୍ୟ କରନ୍ତି । ଗତ ୨୩ ତାରିଖରେ ଗାଁରେ ହେଉଥିବା ଡ୍ରାମାରେ ରିହର୍ସଲ ଦେଖିବାକୁ ଯାଇଥିଲେ । ରିହର୍ସଲ ଭଲ ହୋଇନଥିବା ସେ କହିଥିଲେ ।

ଏଥିରେ ରାଗିଯାଇ ଗାଁର କାଁହୁ ମହାପାତ୍ର, ଦିପୁ ମହାପାତ୍ର ଓ ୨ ସହଯୋଗୀ ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି ।  ଗାଁ ଦାଣ୍ଡରେ ଦୌଡ଼ିରେ ବାନ୍ଧି ମାଡ଼ ମାରିଥିଲେ । ପରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲେ ଗ୍ରାମ ସଭାପତି । ଏହାକୁ ସୁଶାନ୍ତ ବିରୋଧ କରିବାରୁ ସେଠାରେ ମଧ୍ୟ ମାଡ଼ ମାରିଥିଲେ ।  ଏନେଇ ସରଣକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଶାନ୍ତ ।  ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।

ଆହୁରି ପଢନ୍ତୁ ; ଥାନାରେ ବର କନିଆ ଅଟକ, ରାସ୍ତାରେ କଥା ହେଉଥିବା ବେଳେ ଲୋକେ ବାହା କରାଇଦେଲେ