ପୋଲିସ ପଞ୍ଝାରେ ୩ ଜଣିଆ ଲୁଟେରା ଗ୍ୟାଙ୍ଗ, ପାରାଦୀପ ଓ କୁଜଙ୍କରେ ଆତଙ୍କ ସୃଷ୍ଟି କରୁଥିଲେ

ପାରାଦୀପ : ପୋଲିସ ପଞ୍ଝାରେ ୩ ଜଣିଆ ଲୁଟେରା ଗ୍ୟାଙ୍ଗ। ଦୀର୍ଘଦିନ ଧରି ପାରାଦୀପ ଓ କୁଜଙ୍କରେ ଆତଙ୍କ ସୃଷ୍ଟି କରିଥିବା ଗ୍ୟାଙ୍ଗକୁ ଗିରଫ କରିଛି ତିର୍ତ୍ତୋଲ ଥାନା ପୋଲିସ । ସେମାନଙ୍କ ଠାରୁ ୧୫ହଜାର ଟଙ୍କା, ଦୁଇଟି ସୁନା ମୁଦି ଓ ଗୋଟିଏ ଚେନ ସହ ଚୋରା ବାଇକ ଜବତ ହୋଇଛି । ବିଶ୍ଵାଳି ଗଡାରେ ଖଣ୍ଡାରେ ହାଣି ବାଇକ ଛଡାଇ ନେବା ଓ ସନ୍ତରାରେ ଘରେ ପଶି ଆକ୍ରମଣ କରି ଲୁଟ କରିଥିଲେ । ଗତ ୨୬ ତାରିଖରେ ହଂସୁରାରେ ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରେ ପଶି ଖଣ୍ଡାରେ ଆକ୍ରମଣ କରିବା ସହ ଲୁଟପାଟ କରିଥିଲେ । ଅଭିଯୋଗ ପରେ ତିର୍ତ୍ତୋଲ ଏସଡିପିଓଙ୍କ ନେତୃତ୍ବରେ ସ୍ଵତନ୍ତ୍ର ଟିମ ତଦନ୍ତ କରି ତିନିଜଣଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ଆଉ ଦୁଇ ସହଯୋଗୀ ଗିରଫ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ପୋଲିସ କହିଛି ।