୬ଜଣିଆ ଲୁଟେରା ଗ୍ୟାଙ୍ଗ୍ ଗିରଫ, ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ

ଭଦ୍ରକ(କେନ୍ୟୁଜ୍‌) : ଭଣ୍ଡାରିପୋଖରୀ ପୋଲିସକୁ ମିଳିଛି ବଡ଼ ସଫଳତା । ୬ଜଣିଆ ଲୁଟେରା ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଛି ଭଣ୍ଡାରିପୋଖରୀ ପୋଲିସ। ଧାନ ଜମିରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଚୋରି ସାମଗ୍ରୀକୁ ଜବତ କରିଛି ପୋଲିସ। ଭଦ୍ରକ ସହରର ଜଗନ୍ନାଥପୁର, ଗସାହି, ମୋଟେଲ ଛକଠାରେ ଚଢ଼ାଉ କରି ଲୁଟେରାମାନଙ୍କୁ ଠାବ କରାଯାଇଥିଲା।

ସେମାନଙ୍କ ଠାରୁ ଲୁଟ୍ ସାମଗ୍ରୀ ଜବତ କରିଥିଲା ପୋଲିସ । ଧାନ ଜମିରେ ଥିବା ଲୁଟ୍ ସାମଗ୍ରୀଗୁଡିକ ଲୁଚାଇକି ରଖିଥିବା ବେଳେ, ପୋଲିସ ଉପସ୍ଥିତିରେ ଚୋରି ସାମଗ୍ରୀ ଗଡିକ ଉଦ୍ଧାର କରାଯାଇଥିଲା । ଦୁଇଟି ଲାପଟପ୍ , ଗୋଟିଏ କମ୍ପ୍ୟୁଟର, ୨୨ଟି ମୋବାଇଲ୍ ଫୋନ,ନଗଦ ସାତ ହଜାର ଟଙ୍କା ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଛି।

ଏଥିରେ ସମ୍ପୃକ୍ତ ୬ଜଣ ଲୁଟେରାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ   ଲୁଟେରାମାନେ ଭଦ୍ରକ ସହର ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଏମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ଗତ ୧୩ ତାରିଖରେ ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରେ ଥିବା ଲୁଗା ଦୋକାନ, ମୋବାଇଲ ଦୋକାନ ସହ ଅନ୍ୟ ଦୋକାନ ମାନଙ୍କରେ ସ୍କାଏ ଲାଇଟ୍କୁ ତାଡି ଲୁଟେରାମାନେ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲେ। ଏନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇଥିଲା। ପରେ ଭଣ୍ଡାରୀପୋଖରୀ ପୋଲିସର ଏକ ଟିମ ତନାଘନା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.