ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଚୋର-ପୋଲିସ୍‌ ଧସ୍ତାଧସ୍ତି, ନାକେଦମ୍‌ କଲା ଅଭିଯୁକ୍ତ

ଭୁବନେଶ୍ୱର : ରାଜଧାନୀ ରାସ୍ତାରେ ଚୋର ପୋଲିସ୍‌ ଖେଳ । ପ୍ରାୟ ଅଧ ଘଣ୍ଟାଏ ଧରି ପୋଲିସ ସହ ଠେଲା ପେଲା ଚାଲିଲା । ଶେଷରେ ପୋଲିସ ସିନା କାବୁ କଲା ହେଲେ ଯେମିତି ପାଗଳ ହୋଇଉଠିଲା ଚୋର । ପୋଲିସ ହାତକୁ ଖୁବ୍‌ ଜୋରରେ କାମୁଡି ଦେଲା । ଘାଇଲା ବି କଲା । ଏ ଦୃଶ୍ୟ ଆଜି ଶହ ଶହ ଲୋକଙ୍କ ସାମନାରେ ଘଟିଛି ।
ଘଟଣା ଘଟିଛି ମାଷ୍ଟରକ୍ଯାଣ୍ଟିନ ଛକ ଉପରେ।

ବସ ଷ୍ଟାଣ୍ଡରୁ ଚୋରି କରୁଥିବା ସମୟରେ ସକାଳୁ ଧରାପଡିଥିଲା ଚୋର ରାଜୁ ନାୟକ । ଲୋକେ କାବୁ କରି ମାଷ୍ଟରକ୍ଯାଣ୍ଟିନ ଛକ ନିକଟରେ ପୋଲିସ୍‌କୁ ଦେବା କ୍ଷଣି ନିଜ ରୂପ ଦେଖାଇଥିଲା ରାଜୁ । ୨ ଜଣ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଘାଇଲା ବି କରି ଦେଇଥିଲା । ଶେଷରେ ଖସିବା ପାଇଁ କାମୁଡିବା ଆରମ୍ଭ କରିଥିଲା । ତେବେ ପୋଲିସ୍‌ ବି ଛାଡ଼ିବା ଜନ୍ତୁ ନୁହେଁ, ଚୋରକୁ କାବୁ କରି କ୍ଯାପିଟାଲ ଥାନାକୁ ହସ୍ତାନ୍ତର କରିଛି ।

 

Leave A Reply

Your email address will not be published.