ପ୍ରେମିକ ସହ କଥା ହେବା ବେଳେ ଯୁବତୀଙ୍କ ଜୋର ଜବରଦସ୍ତ ଉଠାଇନେଇ କଲେ ନଗ୍ନ ଭିଡିଓ, ବ୍ଲାକ ମେଲିଂ କରିଥିବା ବେଳେ ମାଡି ବସିଲା ପୋଲିସ
ଜୟପୁର(କେନ୍ୟୁଜ୍): ଏକାନ୍ତରେ ମନୋରଞ୍ଜନ କେତେବେଳେ ବି ଆପଣଙ୍କ ପାଇଁ ବିପଦ ଡାକିପାରେ । ଏକଥା ଆମେ ଏଥିପାଇଁ କହୁଛୁ ଯେ ନିଛାଟିଆରେ ବାର୍ତ୍ତାଳାପ ବେଳେ ଫସିଛନ୍ତି ଜଣେ ଯୁବକ ଯୁବତୀ । ଏ ଘଟଣା ଜୟପୁର ସହରରେ ଘଟିଛି। ନିରୋଳାରେ ମନୋରଞ୍ଜନ ପାଇଁ ଯାଇଥିବା ଦୁଇଜଣ ଯୁବକ ଯୁବତୀଙ୍କୁ କିଛି ଅସାମାଜିକ ଯୁବକ ଏକାନ୍ତରେ ସୁଯୋଗ ପାଇ ଯୁବତୀଙ୍କୁ କାବୁକରି ନଗ୍ନ କରିଥିଲେ । ଆଉ ନଗ୍ନ ଭିଡିଓ କରି ଧମକ ଦେଲେ । ଆଉ ସେଇ ନଗ୍ନ ଭିଡିଓ ଦେଖାଇ ପଚାଶ ହଜାର ଟଙ୍କା ଦାବି କରିଥିଲେ ।
ସାତ ହଜାର ଟଙ୍କା ଦେଇ ଯୁବକ ଯୁବତୀ ଫେରିଥିଲେ ଆଉ ଆଜି ବଳକା ପଇସା ଫେରେଇବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣ । ସେମାନଙ୍କ ଠାରୁ ଟଙ୍କା ଓ ଉକ୍ତ ଅଶ୍ଳୀଳ ଭିଡିଓ ଥିବା ମୋବାଇଲ ଜବତ କରଛି ପୋଲିସ ।ତେବେ ଜୟପୁର ସହରରେ ଏଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ଯୁବକ ଯୁବତୀଙ୍କ ଏଭଳି ଏକାନ୍ତ ସ୍ଥାନକୁ ଯିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି। ସବୁଠାରୁ ବଡ଼ କଥା ହେଉଛି ଯୁବତୀ ଜଣକ ଜୟପୁର ଟାଉନଥାନାରେ ଅଭିଯୋଗ ଦବା ତାଙ୍କ ସାହସର ପରିଚୟ ଦେଇଛି । ସେପଟେ ଘଟଣାରେ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା କହିଛନ୍ତି ଯେ ଘଟଣାରେ ୫ ଜଣ ଗିରଫ ସହ ଏଭଳି ଅସାମାଜିକ ଗୋଷ୍ଠୀ ଉପରେ ଆଗାମୀ ଦିନରେ ସ୍ପେଶାଲ ରେଡ କରାଯିବ ।