ରାଉରକେଲାର ସେକ୍ସ ର‍୍ୟାକେଟ ଘଟଣା, ୫ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ୍

ରାଉରକେଲା(କେନ୍ଯୁଜ୍): ରାଉରକେଲାର ସେକ୍ସ ର‍୍ୟାକେଟ ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ହୋଟେଲ ମାଲିକ, ହୋଟେଲର ଦୁଇ ଜଣ ମ୍ୟାନେଜର ଓ ଦୁଇ ଜଣ ଗ୍ରାହକ ଅଛନ୍ତି।

ପୋଲିସ ହୋଟେଲ ରୁମ୍‌ରୁ ୫ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ରାଉରକେଲା ଉଦିତନଗର ସ୍ଥିତ ଏକ ହୋଟେଲରେ ଅତର୍କିତ ଚଢ଼ାଉ କରିଥିଲା ଉଦିତନଗର ପୋଲିସ । ସେକ୍ସ ରେକେଟ ଚାଲୁଥିବା ଖବର ପାଇ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବନ୍ଦ କୋଠରୀରୁ ୫ ଜଣ ଯୁବତୀଙ୍କ ସହ ୨ଜଣ ଗ୍ରାହକ ଧରାପଡ଼ିଥିଲେ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.