ଶିଶୁପାଳ ହେଲା ବର, ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରୁଥିବା ବେଳେ ପୋଲିସ ପହଞ୍ଚି କଲା ଗିରଫ

କଟକ(କେନ୍ୟୁଜ୍):  ଶିଶୁପାଳ ହେଲେ ବର । ବାହାଘର ବେଦୀରେ ସରିଯାଇଥିଲା ବାହାଘର।  ବାହାଘର ସରିଯାଇଥିଲେ ବି ନବବଧୂକୁ ଆଉ ଘରକୁ ନେଇ ପାରିଲାନି ବର। ସିଧା ଥାନାକୁ ଗଲେ। ସ୍ୱାମୀ ଦୁତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ ପୋଲିସ୍ କୁ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ମନ୍ଦିରରେ। ପୋଲିସ୍ ପଚରାଉଚରା ପରେ ବର ମାନି ଯାଇଥିଲେ ସବୁ ସତ କଥା। କଟକ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ ହେଉଥିଲା ସ୍ୱାମୀର ଦ୍ବିତୀୟ ବାହାଘର ।  ବାହାଘର ସମୟରେ ମନ୍ଦିର ପରିସରରେ କମ୍ ସଂଖ୍ୟକ ବନ୍ଧୁପରିଜଜନଙ୍କୁ ଦେଖିବାକୁ ମିଳିଥିଲା। ଜଣା ପଡୁଥିଲା ଏଠାରେ ସତେ ଯେମିତି କୌଣସି ଏକ ପୂଜା ହେଉଥିଲା। ହେଲେ ବର ଦ୍ବିତୀୟ ବିବାହ କରୁଥିଲା ବୋଲି କେହି ଟେର୍ ବି ପାଇ ନଥିଲେ। ଘଟଣା ସ୍ଥଳରେ ଦ୍ବିତୀୟ ସ୍ତ୍ରୀ  ପୋଲିସକୁ ନେଇ ମନ୍ଦିରରେ  ପହଞ୍ଚିବା  ପରେ ସବୁ ସତ୍ୟତା ପଦାକୁ ଆସିଥିଲା। ପୋଲିସକୁ ଦେଖିବା  ପରେ ବର କୌଣସି କୁନ୍ଥୁ କୁନ୍ଥୁ  ନହୋଇ ସିଧା ସିଧା ମାନିଯାଇଥିଲା ସବୁ ଦୋଷ। ତାଙ୍କୁ ଅସୁବିଧା ହେଉଥିବାରୁ ସେ ଦ୍ବିତୀୟ ବିବାହ କରିବାକୁ ବାଧ୍ୟ ହୋଇଥିବାର ସଫେଇରେ କହିଛନ୍ତି ବର  ବର ପ୍ରକାଶ ସାମଲ।

CTC MARRIAGE-2

ସୂଚନା ମତାବକ କଟକ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଚକରପୁର ଗ୍ରାମର କୁଳମଣି ସାମଲଙ୍କ ପୁଅ ପ୍ରକାଶ ସାମଲ  ୨୦୦୭ରେ ବୈଦିକ ରୀତିନୀତିରେ ସେହି ଗ୍ରାମର ଜୟନ୍ତୀ ସାମଲଙ୍କୁ ପ୍ରେମବିବାହ କରିଥିଲେ। ବାହାଘରର ୧୨ ବର୍ଷ ପରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ସବୁ ଠିକଠାକ୍ ଚାଲିଥିଲା ବେଳେ ବେଳେବେଳେ ଉଭୟଙ୍କ ମଧ୍ୟରେ କଳିକଜିଆ ହୋଇଥିଲା। ବାରମ୍ବାର ସମାଧାନର ବାଟ କାଢିଵାକୁ ଚାହୁଁଥିଲେ ବି ତାହା ସମ୍ଭବ ହୋଇପାରୁ ନ ଥିଲା। ଶେଷରେ ତାଙ୍କୁ କଟକ ସଦର ଥାନା ଅନ୍ତର୍ଗତ ଉଷୁମା ଠାରେ ଘରଭଡା ନେଇ ରଖିଥିଲେ। ସେଠାରେ ମଧ୍ୟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ କିଛି ଟଙ୍କା ଧାର୍ ସୁତ୍ରରେ ନେଇ ଏକ ହୋଟେଲ୍ କରିଥିଲେ। କିନ୍ତୁ ସେଠାରେ  ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ପୋଲିସ ଆଗରେ  ଅଭିଯୋଗ କରିଛନ୍ତି  ଦ୍ବିତୀୟ ପତ୍ନୀ।

ସ୍ବାମୀ ଦ୍ବିତୀୟ ବିବାହ କରୁଥିବାର କୌଣସି ସୁତ୍ରରୁ ଖବର ପାଇ କିଛି ସ୍ୱଚ୍ଛାସେବୀଙ୍କ ସହଯୋଗରେ ମନ୍ଦିରରେ ପହଞ୍ଚି ଥିଲେ ଦ୍ବିତୀୟ ପତ୍ନୀ। ତେବେ ପୋଲିସ୍ ପହଞ୍ଚିବା ଦେଖି କିଛି ସମ୍ପର୍କୀୟଙ୍କ ମୁହଁ ମଳିନ ପଡି ଯାଇଥିବା ବେଳେ ଘଟଣା ସ୍ଥଳରୁ ଭୟରେ କିଛି ସମ୍ପର୍କୀୟ ଫେରାର ହୋଇ ଯାଇଥିବା ଜଣାପଡିଛି। ବର୍ତ୍ତମାନ ବରକୁ ପୋଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ତେବେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.