ଢେଙ୍କାନାଳ ଜିଲ୍ଲା ରାସୋଳ ଓଡ଼ିଶା ଗ୍ରାମ ବ୍ୟାଙ୍କ ଡକାୟତି ଘଟଣା: କେଇ ଘଣ୍ଟାରେ ଅପରାଧୀଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ

ଢେଙ୍କାନାଳ ଜିଲ୍ଲା ରାସୋଳ ଓଡ଼ିଶା ଗ୍ରାମ ବ୍ୟାଙ୍କ ଡକାୟତି ଘଟଣା।   ଧରପଡିଲେ ୫ ଜଣ ଡକାୟତ। ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅଧିନ ରାସ୍ତାରୁ ଗୋଡ଼ାଇ ଧରିଲା ପୋଲିସ।ଗୋବିନ୍ଦପୁର ଫାଣ୍ଡିରେ ଡକାୟତଙ୍କୁ ପଚରା ଉଚରା କରୁଛି ପୋଲିସ। ଡକାୟତମାନଙ୍କ ଠାରୁ  ଗୋଟିଏ କାର,ଗୋଟିଏ ବୁଲେଟ ମଟର ସାଇକେଲ ଜବତ ହୋଇଛି। ଏହା ସହିତ ଟଙ୍କା ସୁନା ଜବତ ହୋଇଥିବା ଅନୁମାନ କରାଯାଇଛି ।

ଅପରାହ୍ନରେ ଢେଙ୍କାନାଳ ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଥିଲା । ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଇଥିଲେ ଟଙ୍କା, ସୁନା, ସିସିଟିଭି ହାର୍ଡଡିସ୍କ । ଚାରିଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ଡକାୟତି କରିଥିବା ସୂଚନା ମିଳିଥିଲା । ଛୁରି ଭୁଜାଲି ଲୁହାର ପଞ୍ଚ ବ୍ୟବହାର କରି ଦୁର୍ବୃତ୍ତ ଲୁଟ କରିଥିବାର ଅଭିଯୋଗ ହୋଇଥିଲା ।

ତିନିଜଣଙ୍କୁ ଷ୍ଟ୍ରଙ୍ଗରୁମରେ ପଶାଇ ଲକର ଭିତରୁ ଏକ କୋଟିରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅନୁମାନ କରାଯାଉଛି । ଏହା ସହ ନଗଦ ସାତ ଆଠ ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ରାସୋଳ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହି ଘଟଣାରେ ରାସୋଳ ପୋଲିସ ପଦକ୍ଷେପ ନେଇ ଛାନଭିନ ଆରମ୍ଭ କରିବା ସହ ୫ ଦୁର୍ବୃତ୍ତଙ୍କୁ ଗୋଡାଇ ଗୋଡାଇ ଧରିଛି ।