ଦୁଇ ଚୋରଙ୍କୁ କାବୁ କରି, ହାତ-ଗୋଡ଼ ବାନ୍ଧି ପୋଲିସର ଜିମା ଦେଲେ ଗ୍ରାମବାସୀ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠୀ ଗ୍ରାମର ଓଡ଼ମ୍ବର ସାହିରେ ଗତ କିଛିଦିନ ଧରି ଲଗାତାର ବିଭିନ୍ନ ଘରୁ ଚୋରି ହେଉଥିଲା। ଶନିବାର ସ୍ଥାନୀୟ ଅଞ୍ଚଳରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ, ଲୋକମାନେ ଘରେ ନଥିବାର ସୁଯୋଗ ନେଇ କପ୍ତିପଦା ଅଞ୍ଚଳର ସାଇନ ଓ ଝାଡ଼ଖଣ୍ଡ ଅଞ୍ଚଳର ବିମଳ, ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରିଥିଲେ ।

ଏହାପରେ ସେମାନଙ୍କ ଗୋଡ଼,ହାତ ବାନ୍ଧି ନିସ୍ତୁକ ମାଡ଼ ମରି ଖନ୍ତାପଡ଼ା ପୋଲିସର ଜିମା ଦେଇଥିଲେ। ଅନ୍ୟ ତିନିଜଣ ଚୋର କୌଶଳ କ୍ରମେ ଘଟଣା ସ୍ଥଳରୁ ଖସି ପଳାଇଯାଇଥିଲେ। ଖନ୍ତାପଡ଼ା ପୋଲିସ ଏହି ଚୋର ଦୁହିଁଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.