ଆନନ୍ଦପୁରର ଦୁଇଟି ପଞ୍ଚାୟତରେ ସରପଞ୍ଚଙ୍କୁ ପୋଲିସର ର୍ଦୁବ୍ଯବହାର, ଜାଣନ୍ତୁ ପ୍ରକୃତ ଘଟଣା

ଆନନ୍ଦପୁର(କେନ୍ଯୁଜ୍): ଆନନ୍ଦପୁର ଉପଖଣ୍ଡ ବୋଉଳା ଫାଣ୍ଡି ଠାରେ ଗତକାଲି ରାତିରେ ଘଟିଯାଇଛି ଅଭାବନୀୟ ଘଟଣା।ଏକ ଅପହରଣ ମାମଲାରେ ଜଣେ ଯୁବତୀକୁ ରାତିରେ ଥାନାକୁ ଡକାଇବା ପ୍ରତିବାଦରେ ବିରୋଧ କରିବାକୁ ଥାନାକୁ ଆସିଥିବା ଶତାଧିକ ଲୋକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସର ଏହି କାର୍ଯ୍ଯାନୁଷ୍ଠାନରେ ଅନ୍ୟ ଏକ ଅଭିଯୋଗ ନେଇ ଫାଣ୍ଡିକୁ ଆସିଥିବା ଅନ୍ଯ ଜଣେ ମହିଳା ସରପଞ୍ଚ ମଧ୍ୟ ପୋଲିସ ମାଡର ଶିକାର ହୋଇଛନ୍ତି।

lokaସେପଟେ ଯୁବତୀକୁ ରାତିରେ ଥାନାକୁ ଡାକିବା ଘଟଣା ବିଷୟରେ ବୁଝିବାକୁ ଯାଇଥିବା ଜଣେ ମହିଳା ସରପଞ୍ଚଙ୍କ ସ୍ୱାମୀକୁ ମଧ୍ୟ ପୋଲିସ ମାଡ଼ ମାରିବା ସହିତ ଥାନାରେ ଅଟକ ରଖିଛି। ଏହି ଘଟଣାରେ ବାଙ୍ଗୁର ପଞ୍ଚାୟତ ମହିଳା ସରପଞ୍ଚ ପୋଲିସ ମାଡରେ ଆହତ ହୋଇଥିବା ବେଳେ ଧନୁର୍ଜୟପୁର ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ରାଉତଙ୍କ ସ୍ୱାମୀକୁ ମାଡ଼ ମାରିବା ସହିତ ଅଟକ ରଖିଛି।

gg-ପୋଲିସ ର ଏଭଳି କାର୍ଯ୍ଯକଳାପକୁ ନେଇ ଆଜି ଉଭୟ ପଞ୍ଚାୟତର ଜନସାଧାରଣ ତାତିଛନ୍ତି। ଏନେଇ ଉଭୟ ପଞ୍ଚାୟତର ମୁଖ୍ୟ ରାସ୍ତାରେ ସାଧାରଣ ପୁରୁଷ ଓ ମହିଳା ଧାରଣାରେ ବସିଛନ୍ତି। ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି। ଅନ୍ୟପକ୍ଷରେ ଦୁଇ ପଞ୍ଚାୟତର ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ କ୍ୱାରେଣ୍ଟିନ ସେଣ୍ଟର ଗୁଡିକରେ ଅଚଳା ଅବସ୍ଥା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.