ବେଆଇନ ଚାନ୍ଦା ଆଦାୟକାରୀଙ୍କ ଆକ୍ରମଣର ଶିକାର ହେଲେ ପୋଲିସ, ୪ ଗିରଫ

ଜଳେଶ୍ୱର: ପୋଲିସକୁ ଆକ୍ରମଣ । ବେଆଇନ ଚାନ୍ଦା ଆଦାୟକାରୀଙ୍କ ଆକ୍ରମଣର ଶିକାର ହେଲେ ଜଳେଶ୍ୱର ପୋଲିସ ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଶାନ୍ତିଆ ନିକଟରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଚାନ୍ଦା ଆଦିୟ କରୁଥିଲେ ଦୁର୍ବୃତ୍ତ । ଚାନ୍ଦା ଆଦାୟ ନେଇ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଜଳେଶ୍ବର ପୋଲିସ ।  ଦୁର୍ବୃତ୍ତଙ୍କ ଆକ୍ରମଣରୁ ବାଦ୍ ପଡିନଥିଲେ ପୋଲିସ ଅଧିକାରୀ । ତଦନ୍ତ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭର ଓ ଦୁଇ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା ।  ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ।

 

 

ଆହୁରି ପଢ଼ନ୍ତୁ :  ୨ ଶହ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ