ସଟ୍ ଡାଉନରେ ମାଛ କିଣିବାକୁ ଯାଉଥିବା ସମୟରେ ପୋଲିସ ମାଡରେ ଲହୁ ଲୁହାଣ ହେଲେ ବ୍ୟକ୍ତି

ଚାନ୍ଦବାଲି(କେନ୍ୟୁଜ୍):  ମାଛ କିଣିବାକୁ ଯାଉଥିବା ସମୟରେ ପୋଲିସ ମାଡରେ ଜଣେ ବ୍ୟକ୍ତି  ଲହୁଲୁହାଣ ହୋଇଥିବା ଆସିଲା ଅଭିଯୋଗ। ଅଭିଯୋଗ ମୁତାବକ ଧାମରା ଜାଗୁଳା ପଞ୍ଚାୟତର ପାଇକସାହି ଗାଁର ବନମାଳା ଦାସ ପାଖ ଚନ୍ଦନିପାଳକୁ ମାଛ ଆଣିବାକୁ ଆଜି ସଂଧ୍ୟା ସମୟରେ ବାଇକ ନେଇ ଯାଉଥିଲେ। ସେହି ସମୟରେ ବାଟ ମଝିରେ ପୋଲିସ ଅଟକାଇ କଣ ପାଇଁ ହେଲମେଟଟ ପିନ୍ଧିନାହଁ ବୋଲି କହି ମାଡ ମାରି ଲହୁଣୀ ଲୁହାଣ କରିଥିବା ଅଭିଯୋଗ କରିଛନ୍ତି ନିଜେ ବନମାଳା ଦାସ।

ପୋଲିସ ମାଡରେ ବନମାଳିଙ୍କର ହାତ କହୁଣି ଫାଟି ରକ୍ତ ବୋହୁଥିବା ବେଳେ ଅଣ୍ଟାରେ ମଧ୍ୟ ଗଭୀର କ୍ଷତ ହୋଇଥିବାର ଭିଡିଓରେ ଦେଖିବାକୁ ମିଳିଛି। ବନମାଳି କହିଛନ୍ତି  କାଳିନାଳି ପାଖରେ ଧାମରା ମେରାଇନ ପୋଲିସ ତାଙ୍କୁ ଅଟକାଇବା ସହ ସଟଡାଉନ ସମୟରେ କାହିଁକି ବାହାରକୁ ବାହାରିଲ ପୁଣି ବିନା ହେଲମେଟରେ ପଚାରିଥିଲି।  ତେବେ ମୋ ଘର ଏଇ ପାଖରେ ତରବରିଆଭାବେ ଆସିଥିବାରୁ ମୁଁ ହେଲମେଟରେ ଆଣିପାରିନାହିଁବୋଲି କହିବା ପରେ ବି ମେରାଇନ ପୋଲିସ ଉକ୍ତ ବ୍ୟକ୍ତିକୁ ଗାଡିରୁ ଲାଠି କାଢି ମାଡ ମାରି ରକ୍ତାକ୍ତ କରିଦେଇଛି । ତେବେ ଏ ବାବଦରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହି।

Leave A Reply

Your email address will not be published.