ମାସ୍କ ଓ ହେଲମେଟ ଚେକିଙ୍ଗ ନାଁରେ ପୋଲିସର ଦାଦାଗିରି, ଫାଣ୍ଡି ବାରଣ୍ଡାରେ ଯୁବକଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ

ଚାନ୍ଦବାଲି: ମାସ୍କ ଓ ହେଲମେଟ ଚେକିଙ୍ଗ ନାଁରେ ପୋଲିସର ଦାଦାଗିରି । ୩ରୁ ୪ଜଣ ପୋଲିସ ଜଣେ ଯୁବକକୁ ଫାଣ୍ଡି ବାରଣ୍ଡାରେ ଗୋଡେଇ ଗୋଡେଇ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓଟି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡି ଫାଣ୍ଡିର ବୋଲି ସ୍ପଷ୍ଟ ଜଣାପଡୁଛି । ମାଡ ମାରୁଥିବା ପୋଲିସ ହେଲେ ଆରଡି ଫାଣ୍ଡି ଅଧିକାରୀ , ଫାଣ୍ଡିର ହାବିଲଦାର ଓ କନେଷ୍ଟବଳ ବୋଲି ଭିଡିଓରେ ଜଣାପଡୁଛି ।

ତବେ ମାଡ ମାରିବା ପରେ ଓଲଟା ୨ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଘଟଣା ମୁତାବକ, ଗତ ଶନିବାର ସକାଳୁ ସକାଳୁ ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅରଦାଳିଆ ଗାଁର ୨ଭାଇ ଆରଡିରୁ ଗାଁକୁ ଫେରୁଥିଲେ । ହେଲେ ଆରଡି ଫାଣ୍ଡି ଆଗରେ ସାଧାରଣ ପୋଷାକରେ ୨ଜଣ ପୋଲିସ କର୍ମଚାରୀ ଉକ୍ତ ୨ଭାଇକୁ ଅଟକାଇ  ମାସ୍କ ଓ ହେଲମେଟ ପିନ୍ଧିନଥିବାରୁ ୨ହଜାର ଟଙ୍କା ଫାଇନ୍ ମାଗିଥିଲେ।  ଏହି କଥାକୁ ନେଇ ପୋଲିସ ଓ ୨ ଯୁବକଙ୍କ ଭିତରେ ପ୍ରଥମେ ବଚସା ହୋଇଥିଲା । ପରେ ଯୁବକ ଜଣକ ମୋବାଇଲରେ ଫଟୋ ଉଠାଇବାରୁ ଆରଡି ଫାଣ୍ଡି କର୍ମଚାରୀ ଯୁବକକୁ ମାଡ ମାରିଥିଲେ ।

Leave A Reply

Your email address will not be published.