ପୋଲିସ ଜାଲରେ ସାଇବର ଫ୍ରଡ ରାକେଟ୍, ୯ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ

ରାଉରକେଲା : ରାଉରକେଲା ପୋଲିସ ହାତରେ ଆନ୍ତର୍ଜାତିକ ସାଇବର ଫ୍ରଡ ରାକେଟ । ‘ଟ୍ରେଡ ନାଓ’ ଜାଲ ଆପରେ କୋଟି କୋଟି ଟଙ୍କା ଫ୍ରଡ୍ କରିବା ଅଭିଯୋଗରେ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ନକଲି ଆଧାରକାର୍ଡ ସହ ଏଟିଏମ କାର୍ଡ ଜବତ କରିଛି ପୋଲିସ ।
ଭାରତ ସହ ଅନ୍ୟାନ୍ୟ ଦେଶରେ ଅନ୍ତର୍ଜାତୀୟ ସ୍ତରରେ କରୁଥିଲେ ସାଇବର ଠକେଇ। ବର୍ତ୍ତମାନ ଏହି ସାଇବର ଠକେଇ ଗ୍ୟାଙ୍ଗ ର ପର୍ଦାଫାଶ କଲା ରାଉରକେଲା ପୋଲିସ । ୨୩ଟି ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଜବତ ଟ୍ରେଡ ନାଓ ଆପ ନାଁ ରେ ଫେକ ଆପରୁ ଦୁବାଇ ରୁ ହେଉଥିଲା ଅପରେଟ ।
ମୁଖ୍ୟ ଅଭିଯୁକ୍ତ କିଶନ ଅଗ୍ରୱାଲ ସମେତ ୯ ଜଣ ଗିରଫ ୫ ଟି ଲ୍ୟାପଟପ, ୩୧ ମୋବାଇଲ, ୬୮ ସିମ କାର୍ଡ, ୨୦ ଆଇ ଡି ପ୍ରୁଫ, ୪ ପାସ ବୁକ, ୧୯ ଏଟିଏମ କାର୍ଡ, ଗୋଟିଏ ମାରୁତି କାର ସହ ଗୋଟିଏ ସ୍କୁଟି ଜବତ ସାରା ଭାରତ ରୁ ୨୭ ଟି ରାଜ୍ୟରୁ ଚାଲିଥିଲା ଏହି ଫ୍ରଡ଼ କାରବାର । ଦିନକୁ ସାଇବର ଠକ ଠକୁ ଥିଲେ ୬୦ ଲକ୍ଷ ।
Also read: ଅନଲାଇନ ସପିଂରେ ହେଉଛି ଫ୍ରଡ, ଜିନିଷ ଅର୍ଡର କରିବା ସମୟରେ ରଖନ୍ତୁ ଏହି ସବୁ ଧ୍ୟାନ