ପୋଲିସ କବଜାରେ ଅନଲାଇନ୍ ଟ୍ରେଡିଂ ଠକେଇ ରାକେଟ୍ , ୬ ସାଇବର ଠକ ଗିରଫ

କଟକ : ଧରାପଡ଼ିଲା ଅନଲାଇନ୍ ଟ୍ରେଡିଂ ଠକେଇ ରାକେଟ । କଟକ ସାଇବର ଥାନା ପୋଲିସକୁ ବଡ଼ ସଫଳତା । ୬ ଜଣ ସାଇବର ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ । ନଗଦ ୪ ଲକ୍ଷ ୩୦ ହଜାର ଟଙ୍କା ଜବତ ।  ଜଣେ ବ୍ୟକ୍ତି ଙ୍କ ଠାରୁ ୭୮ ଲକ୍ଷ ଟଙ୍କା ଠକି ନେଇଛି ଏହି ଗ୍ୟାଙ୍ଗ । ସମସ୍ତ ଗିରଫ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବୋଲି କଟକ ଡିସିପି ଋଷିକେଶ ଦୟାନନ୍ଦ ଖିଲାରି ସୂଚନା ଦେଇଛନ୍ତି ।

ତଦନ୍ତରୁ ଜଣାପଡ଼ିଛି ପ୍ରଥମେ ଅଭିଯୁକ୍ତମାନେ ଟେଲିଗ୍ରାମ ଲିଙ୍କ ପଠାଇଥିଲେ । ଅଧିକ ରିଟର୍ଣ୍ଣର ଲୋଭ ଦେଖାଉଥିଲେ । ଏକାଧିକ ଥର ଅନଲାଇନରେ ଟଙ୍କା ପଠାଇଥିଲେ ଅଭିଯୋଗକାରୀ । ତଦନ୍ତରୁ ବଲାଙ୍ଗୀର ଲିଙ୍କ ସାମ୍ନାକୁ ଆସିଥିଲା ।  ସ୍ଥାନୀୟ ଏଟିଏମରୁ ଟଙ୍କା କାଢ଼ି ଥିଲେ ଅଭିଯୁକ୍ତ ।  ଏହାର ସି ସି ଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲା । ୧୫ ଟି ବ୍ୟାଙ୍କ୍ ପାସ୍ ବୁକ ଓ ୬୬ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ କରିଛି ପୋଲିସ ।  ଏହି ବ୍ୟାଙ୍କ୍ ଆକାଉଣ୍ଟ ଗୁଡ଼ିକରେ ୭ ଲକ୍ଷରୁ ଅଧିକ ଟଙ୍କା ରହିଛି । ଏକାଧିକ ପାସ୍ ବୁକ୍ ଏବଂ ୭ଟି ମୋବାଇଲ ଫୋନ ଜବତ୍ କରାଯାଇଛି ।  ଫେବୃଆରୀ ମାସରୁ ଏପ୍ରିଲ ଭିତରେ ବିଭିନ୍ନ ସମୟରେ ଟଙ୍କା ଦେଇଛନ୍ତି ଅଭିଯୋଗକାରୀ ।

 

ଆହୁରି ପଢ଼ନ୍ତୁ :  ୭ ଦୁର୍ବୃତ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ, ଦୀର୍ଘଦିନ ହେଲା ସିରିଜ୍ ଲୁଟ କରିଆସୁଥିଲେ ଅଭିଯୁକ୍ତ