ସମ୍ବଲପୁରରେ ଏନକାଉଣ୍ଟର, ପୋଲିସ ଓ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ

ସମ୍ବଲପୁରରେ : ସମ୍ବଲପୁରରେ ପୁଣି ଏନକାଉଣ୍ଟର । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର । ଭୋର ୫ଟା ୩୫ ମିନିଟରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗୋ ଚାଲାଣକାରୀ । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ଦୁଇ ଗ୍ୟାଙ୍ଗଷ୍ଚର ।

ଏକ ଟ୍ରକରେ ବେଆଇନ ଗୋ ଚାଲାଣ କରୁଥିବା ସମୟରେ ପୋଲିସ ଗୁଳି ଚଳାଇଥିଲା ।  ଜଣଙ୍କର ବାମ ଗୋଡ଼ରେ ଆଉ ଜଣଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି ।  ଆହତ ଅବସ୍ଥାରେ ଉଭୟଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳରୁ ବନ୍ଧୁକ, ଖୋକା ଓ କାର ଜବତ କରାଯାଇଛି । ଉଭୟ ଗ୍ୟାଙ୍ଗଷ୍ଟରଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି ।

Also read : ଗୋରୁ ଚାଲାଣ ବେଳେ ପୋଲିସ-ଗୋ ଚାଲାଣକାରୀ ମୁହାଁମୁହିଁ, ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ