ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଦେଉଳି ଗ୍ରାମେଶ୍ୱର ଅଞ୍ଚଳରୁ ଗାଈ ଓ ବାଛୁରୀ ଚୋରା ଚାଲାଣ ହୋଇଛି । ଏହି ସମୟରେ ଜଗତସିଂହପୁର ପୋଲିସ ଦ୍ୱାରା ଜବତ ଓ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ବିଳମ୍ବିତ ରାତିରେ ଏକ ପିକଅପ ଗାଡ଼ିରେ ସମୁଦାୟ ୧୧ ଟି ଗାଈ ଓ ବାଛୁରୀ ଚୋରାଚାଲାଣ ହେଉଥିବା ସମୟରେ ସେଠାରେ ଅଚାନକ ତରିକୁନ୍ଦ ଫାଣ୍ଡି ଅଧିକାରୀ ଭାସ୍ବତ ରାୟ ଓ ତାଙ୍କ ସହ ପୋଲିସବାହିନୀ ପହଞ୍ଚି ଥିଲେ । ସମୁଦାୟ ୧୧ଟି ଗାଈ ,ବାଛୁରୀ ସହ ପିକଅପ ଗାଡିକୁ ଜବତ କରିଥିଲେ । ଏଥି ସହ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।