ଚେକିଂ ବେଳେ ତିନି ଘଣ୍ଟାରେ ତିନି ଲକ୍ଷ୍ୟ ଟଙ୍କା ଫାଇନ ଆଦାୟ କଲା ପୋଲିସ
MV ଚେକିଂ ବେଳେ ତିନି ଘଣ୍ଟାରେ ତିନି ଲକ୍ଷ୍ୟ ୩୮ ହଜାର ଟଙ୍କା ଫାଇନ ଆଦାୟ କଲା ମାଲକାନଗିରି ପୋଲିସ। ଏହା ସହ ୭୯ ଟି ବାଇକ ସିଜ୍ କରିବା ସହ ୨୭ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି।

ମାଲକାନଗିରି(କେନ୍ୟୁଜ): MV ଚେକିଂ ବେଳେ ତିନି ଘଣ୍ଟାରେ ତିନି ଲକ୍ଷ୍ୟ ୩୮ ହଜାର ଟଙ୍କା ଫାଇନ ଆଦାୟ କଲା ମାଲକାନଗିରି ପୋଲିସ। ଏହା ସହ ୭୯ ଟି ବାଇକ ସିଜ୍ କରିବା ସହ ୨୭ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି।
ମାଲକାନଗିରି ସହର ର ବିଭିନ୍ନ ଛକ ରେ ପୋଲିସ୍ ଜୋର ସୋରରେ ଜଗି ରହିଥିଲା। ହେଲିମେଟ, ଡ୍ରାଇଭିଂ ଲାଇସେନ୍ସ ପୋଲିସ ଚେକିଙ୍ଗ କରି ଜୋରିମାନା ଆଦାୟ କରିଥିଲା। ଦୁର୍ଘଟଣାରେ ୨୦୨୦ ମସିହାରେ ୬୪ ମୃତ୍ୟୁ ,୨୦୨୧ ରେ ମୃତ୍ୟୁ ୭୨ ଓ ୨୦୨୨ ରେ ମୃତ୍ୟୁ ସଂଖ୍ୟା ବଢ଼ିକି ୯୫ ପହଞ୍ଚିଛି। ମାଲକାନଗିରି ଜିଲ୍ଲାରେ ଦୁର୍ଘଟଣା ହାର ଦିନକୁ ଦିନ ବୃଦ୍ଧି ପାଉଛି। ଦ୍ରୁତ ଗତିରେ ଗାଡ଼ି ଚଳାଇବା କାରଣ ରୁ ଅଧିକ ଦୁର୍ଘଟଣା ହେଉଥିବା ଜଣା ପଡ଼ିଛି।
ତେଣୁ ଲୋକେ ସଚେତନ୍ ହେବା ଆବଶ୍ୟକ ରହିଛି। ନଚେତ୍ ଜିରୋ ଟୋଲେରେନ୍ସ ଉପାୟ ଅବଲମ୍ବନ କରିବ ମାଲକାନଗିରି ପୋଲିସ। ସୂଚନା ଦେଇଛନ୍ତି ମାଲକାନଗିରି SP ନୀତିଶ ୱାଦୱାନି।