ଲକ୍‌ଡାଉନ ଲାଗୁ ପୂର୍ବରୁ ଟ୍ଵିନ୍‌ସିଟି ବଜାରରେ ପ୍ରବଳ ଭିଡ଼, ଭୟଭୀତ ନହେବାକୁ ପରାମର୍ଶ ଦେଲେ ସିପି

ଭୁବନେଶ୍ବର: ଲକ୍‌ଡାଉନ ଲାଗୁ ପୂର୍ବରୁ ଟ୍ଵିନ୍‌ସିଟି ବଜାରରେ ପ୍ରବଳ ଭିଡ଼। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଲକ୍‌ଡାଉନ ପୂର୍ବରୁ ଭୟଭୀତ ନହେବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବାକୁ ସେ କହିଛନ୍ତି।

ଲକ୍‌ଡାଉନରେ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାମ। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନରେ ଅଯଥା ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବାରୁ ଓ ବରିଷ୍ଠ ମାନଙ୍କ ଦ୍ୱିତୀୟ ଡୋଜ ଟିକାର ସମୟ ଚାଲିଥିବାରୁ ଟିକାକରଣ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସିପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.