ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହରସାଲ, କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହରସାଲ। ଭୁବନେଶ୍ବରରେ କମିସନରେଟ ପୋଲିସ କାରକେଡ ରିହରସାଲ କରିଛି। ଜୁଲାଇ ୬ତାରିଖରୁ ୯ତାରିଖ ଯାଏ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି କରିଛି। ଜୁଲାଇ ୬ତାରିଖ ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ପହଞ୍ଚିବେ ରାଷ୍ଟ୍ରପତି।
ସେଠାରୁ ସିଧାସଳଖ ଜୟଦେବ ଭବନ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାଜ ଭବନରେ ରାତ୍ରି ଯାପନ କରିବେ। ଜୁଲାଇ ୭ ସକାଳେ ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟରରେ ପୁରୀ ଯିବେ। ପୁରୀରେ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ରାସ୍ତା ସିଲ କରାଯିବ।
ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସ ଟିମ୍ ସୁରକ୍ଷା ଦେବେ। ପୁରୀ ପାଇଁ ରହିଛି ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ରଥଯାତ୍ରାର ମନିଟରିଂ କରିଛନ୍ତି ପୋଲିସ ଡିଜି । ଭୁବନେଶ୍ୱରରେ ଡିସିପି ପ୍ରତୀକ ସିଂ ଦାୟିତ୍ୱରେ ଥିବା ବେଳେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ତଦାରଖ କରିଛନ୍ତି । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୬ଜଣ ଅତିରିକ୍ତ ଡିସିପି, ୧୫ଜଣ ଏସିପି, ୨୫ଜଣ ଇନସିପେକ୍ଟର,୧୦୦ଜଣ ଅଫିସର, ୪ଟି sto ଟିମ ସହ ବମ ସ୍କ୍ବାର୍ଡ଼ ଓ ଡଗ ସ୍କ୍ବାର୍ଡ଼ ନିୟୋଜିତ ରହିବେ।