ଗୋଟିଏ ନମ୍ବରରେ ଦୁଇଟି ଲେଖାଁଏ ଗାଡି, ଭୁବନେଶ୍ୱରରୁ ଜବତ ହେଲା ୧୩ ଟି ଟାଟା ଏସିଇ

ଭୁବନେଶ୍ୱର: ଭୁବନେଶ୍ୱରରୁ ଜବତ ହୋଇଛି ୧୩ ଟି ଗାଡି । ଯେଉଁ ଗାଡି ଗୁଡିକର ନମ୍ବର ସମାନ । ଟ୍ରାଫିକ ପୋଲିସ ଦ୍ୱାରା ଏହି ସମସ୍ତ ଗାଡିକୁ ଲୁଇସ ରୋଡ଼,ନାଗେଶ୍ୱର ଟାଙ୍ଗି ଅଞ୍ଚଳରୁ ଜବତ କରାଯାଇଛି। କମିସନରେଟ୍ ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଏକା ନମ୍ବରରେ ୨ଟି ଲେଖାଏଁ ଗାଡି ଚାଲୁଛି । ଏନେଇ ଟ୍ରାଫିକ ପୋଲିସକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ। ଟ୍ରାଫିକର କ୍ବିକ୍ ରିଆକ୍ସନ୍ ଟିମ ଓ ଟ୍ରାଫିକ ପୋଲିସ ଅଧିକାରୀ ମାନେ “ଅଜୟ କୁମାର ରାହୁଲ କୁମାର” କମ୍ପାନୀରେ ଚଢ଼ାଉ କରି ଏହି ୧୩ଟି ଗାଡି ଜବତ କରିଥିବା ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।