କଟକ ପଟ୍ଟାପୋଲ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟଣା, ଫ୍ଲାଗ ମାର୍ଚ୍ଚ କଲା ପୋଲିସ

କଟକ : କଟକ ପଟ୍ଟାପୋଲ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟଣା । ଫ୍ଲାଗ ମାର୍ଚ୍ଚ କଲା କମିଶନରେଟ୍ ପୋଲିସ । ବଡ ଧରଣର ଖାନ ତଲାସୀ କଲା କମିସନରେଟ ପୋଲିସ । ଯଦି କାହା ଘରେ ଇଟା,ପଥର,କାଚ ବୋତଲ କିମ୍ବା ଅନ୍ୟାନ୍ୟ ମାରଣାସ୍ତ୍ର ଥାଏ, ତେବେ କ୍ୟନ୍ତନମେଣ୍ଟ ଥାନାରେ ଆଣି ଜମା କରିବାକୁ କହିଲା କମିଶନରେଟ ପୋଲିସ । ଏହି ଘୋଷଣା ପରେ ଯଦି କାହା ଘରୁ ଏ ପ୍ରକାର ସାମଗ୍ରୀ ମିଳେ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଲା ପୋଲିସ । ଫ୍ଲାଗମାର୍ଚ୍ଚରେ  କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଉପସ୍ଥିତ । ଶାନ୍ତି ବଜାୟ ରଖିବା ପାଇଁ କମିଶନରେଟ ପୋଲିସର ଅପିଲ । ଗତ ପାଞ୍ଚ ତାରିଖ ଦିନ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଥିଲା ଉତ୍ତେଜନା । ଦୁଇ ଗୋଷ୍ଠୀ ଭିତରେ ଇଟା ପଥର କାଚ ବୋତଲ ମାଡ଼ ଦେଖିବାକୁ ମିଳିଥିଲା ।