ବାରିପଦା: ପୁଣି ଖାକୀରେ କଳଙ୍କ, ନିଶାସକ୍ତ ଅବସ୍ଥାରେ ATMକୁ ପରିଶ୍ରାଗାର ଭାବି କନେଷ୍ଟବଳ କଲେ ଏମିତି କାମ

ବାରିପଦାରେ ପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ । ନିଶାସକ୍ତ ଅବସ୍ଥାରେ ଏଟିଏମରେ କଲେ ପରିସ୍ରା । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହୋଇଛି । ବାରିପଦା ସହରର ପୌର ପରିଷଦ ଅଫିସ ନିକଟରେ ଥିବା ଏସବିଆଇ ଏଟିଏମରେ ଏହି ଘଟଣା ଘଟିଛି । ପୋଲିସ କନେଷ୍ଟବଳ ସମୀର ସେଠୀ ଏଟିଏମରେ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି । ଜଣେ ପୋଲିସ କର୍ମଚାରୀଙ୍କ ଏପରି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।.